୧୦ଟି ଭାଗରେ ‘ମହାଭାରତ’ ନିର୍ମାଣ କରିବେ ରାଜାମୌଳି

ମୁମ୍ବାଇ: ଫିଲ୍ମ ମେକର ଏସ ଏସ ରାଜମୌଳି ଖୁବଶୀଘ୍ର ଦର୍ଶକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ବାହୁବଳି ଓ ଆରଆରଆର ଭଳି ଦମଦାର ମୁଭି ଭେଟି ଦେଇଥିବା ରାଜାମୌଳି ଏମିତି ଜଣେ ଫିଲ୍ମ ନିର୍ମାତା ଯାହାଙ୍କ ମୁଭିକୁ ଦର୍ଶକେ ଅପେକ୍ଷା ରଖିଥାଆନ୍ତି। ଏବେ ରାଜାମୌଳି ତାଙ୍କ ଗ୍ରାଣ୍ଡ ପ୍ରୋଜେକ୍ଟ ସହ ଦର୍ଶକଙ୍କ ଏହି ଅପେକ୍ଷାକୁ ପୂରଣ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଏସ ଏସ ରାଜାମୌଳି ଖୁବଶୀଘ୍ର ତାଙ୍କ ଡ୍ରିମ ପ୍ରୋଜେକ୍ଟ ମହାଭାରତ ଉପରେ କାମ କରିବା ଆରମ୍ଭ କରିବାକୁ ଯାଉଛନ୍ତି।

ମହାଭାରତକୁ ନେଇ ରାଜାମୌଳି କହିଛନ୍ତି, ଯଦି ସେ ଏହି ପ୍ରୋଜେକ୍ଟରେ କାମ କରନ୍ତି ତେବେ ସେ ଏହାକୁ ୧୦ଟି ଭାଗରେ ନିର୍ମାଣ କରିବେ। ଯାହାଦ୍ୱାରା ସମସ୍ତ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯିବ। ପ୍ରଥମେ ସେମାନେ ଏହାର ସମସ୍ତ ସଂସ୍କରଣ ପଢିବେ ଯାହା ସେମାନଙ୍କୁ ଏକ ବର୍ଷ ନେଇପାରେ । ଏହା ପରେ ସେ କାହାଣୀକୁ ନିଜ ହିସାବରେ ସ୍ପିନ ଦେବେ, ଏହାପରେ ସେ ଏହାର ସ୍କ୍ରିପ୍ଟିଂ ଏବଂ କାଷ୍ଟିଂ ଉପରେ କାମ କରିବେ ।

Share