SSC CGL 2024: ପୂରଣ ହେବ ୧୭୭୨୭ ପଦବୀ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ କେବେ

ନୂଆଦିଲ୍ଲୀ,୨୬।୬: କର୍ମଚାରୀ ଚୟନ ଆୟୋଗ ସିଜିଏଲ ପରୀକ୍ଷା ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଏବଂ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି। ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ଓ୍ବେବସାଇଟ୍‌ ssc.gov.in ଯାଇ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ କରିବା ପୂର୍ବରୁ, ଆସନ୍ତୁ ଜାଣିବା ଯୋଗ୍ୟତା କ’ଣ ଏବଂ ଏହି ପରୀକ୍ଷା ପାଇଁ କିପରି ଆବେଦନ କରାଯିବ।

ଏଥର SSC CGL ପରୀକ୍ଷା ମାଧ୍ୟମରେ ୧୭୭୨୭ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏହା ଏକ ସମ୍ଭାବିତ ସଂଖ୍ୟା ଯାହା ପରିବର୍ତ୍ତନ ହୋଇପାରେ। ପଞ୍ଜୀକରଣ ଚାଲିଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୨୪ ଜୁଲାଇ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ତାରିଖ ଏ ପର୍ଯ୍ୟନ୍ତ ଆସିନାହିଁ କିନ୍ତୁ ସମ୍ଭବତଃ ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ:

– ପ୍ରାର୍ଥୀ ନିଶ୍ଚିତ ଭାବରେ ଭାରତର ନାଗରିକ ହେବା ଆବଶ୍ୟକ
– ବୟସ ୩୨ ବର୍ଷରୁ ଅଧିକ ହୋଇନଥିବ
– ପ୍ରାର୍ଥୀ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
– କିଛି ପଦବୀ ପାଇଁ ମାଷ୍ଟର ଡିଗ୍ରୀ ମଧ୍ୟ ଆବଶ୍ୟକ
– ଯେଉଁ ପୋଷ୍ଟ ପାଇଁ ଆପଣ ଆବେଦନ କରୁଛନ୍ତି ସେହି ବିଜ୍ଞପ୍ତି ଦେଇ ଆପଣଙ୍କୁ ସବିଶେଷ ତଥ୍ୟ ଯାଞ୍ଚ କରିବାକୁ ପଡିବ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ

ଭୁବନେଶ୍ୱର,୬।୯: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ...

ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ।...

ଓଡ଼ିଶା ଜିଲା ପରିଷଦର ୧୪୮୭ ପଦବୀରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ବର,୧।୯: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ଚୁକ୍ତି ଭିତ୍ତିରେ ଗ୍ରାମ ରୋଜଗର ସେବକ (GRS) ନିଯୁକ୍ତି ପାଇଁ ଓଡିଶା ଜିଲା ପରିଷଦ ଘୋଷଣା କରିଛି। ବାଲେଶ୍ୱର, ନୁଆପଡା,...

ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି

ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ...

ଖାଲିପଡ଼ିଥିବା ଆର୍‌.ଆଇ, ଏ.ଆର୍‌.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୯ା୮: ରାଜ୍ୟରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ୱ...

ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି...

ଓଡ଼ିଶା ଅଙ୍ଗନୱାଡ଼ିରେ ୨୫୪୫ ପଦବୀରେ ନିଯୁକ୍ତି ପାଇଁ ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ୱର,୨୮ା୭: ଓଡ଼ିଶାରେ ଥିବା ଅଙ୍ଗନୱାଡ଼ି ମାନଙ୍କରେ ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟାରେ ଅଙ୍ଗନୱାଡ଼ି କର୍ମୀ ଓ ହେଲପର ନିଯୁକ୍ତ ହେବେ। ଯେଉଁ...

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର

ଭୁବନେଶ୍ୱର,୨୫।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫ ଶହ ୩୬ କୋଟି ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri