SSC JE Notification 2024: ଏହି ଦିନ ପ୍ରକାଶ ପାଇବ ବିଜ୍ଞପ୍ତି…

ନୂଆଦିଲ୍ଲୀ,୧୨।୨ : ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ଉତ୍ସାହର ସହିତ SSC JE ନିଯୁକ୍ତି ପରୀକ୍ଷାର ବିଜ୍ଞପ୍ତିକୁ ଅପେକ୍ଷା କରିଛନ୍ତି। ଏହି ନିଯୁକ୍ତି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି କରାଯାଇଥାଏ।

ଏହି ଦିନ SSC JE ବିଜ୍ଞପ୍ତି ପ୍ରକାଶ ପାଇବ?

କର୍ମଚାରୀ ଚୟନ ଆୟୋଗ ୨୯ ଫେବୃଆରୀରେ ଜୁନିୟର ଇଞ୍ଜିନିୟର (SSC JE ପରୀକ୍ଷା 2024) ର ବିଜ୍ଞପ୍ତି ପ୍ରକାଶ କରିବେ। ଆବେଦନ ପ୍ରକ୍ରିୟା ଫେବୃଆରୀରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି।

SSC JE 2024 ଯୋଗ୍ୟତା: କେଉଁମାନେ ଆବେଦନ କରିପାରିବେ?

ଜୁନିୟର ଇଞ୍ଜିନିୟର୍‌ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ୩୦/୩୨ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ତେବେ ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମା କୋହଳ ପ୍ରଦାନ କରାଯିବ। ଏହା ବ୍ୟତୀତ, ପ୍ରାର୍ଥୀଙ୍କର ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସମ୍ପୃକ୍ତ ବିଷୟ ଉପରେ ଡିଗ୍ରୀ କିମ୍ବା ଡିପ୍ଲୋମା ରହିବା ଉଚିତ।

SSC JE ପରୀକ୍ଷା ତାରିଖ: ପରୀକ୍ଷା କେବେ ହେବ?

ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ଚୟନ ଦୁଇଟି ପର୍ଯ୍ୟାୟରେ ହେବ। ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଆଧାରରେ ଏହି ପରୀକ୍ଷା କରାଯିବ। ଆୟୋଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ ପରୀକ୍ଷା ୨୦୨୪ ଜୁନ ୪ ଜୁନ ୫ ଏବଂ ଜୁନ ୬ ରେ ଆୟୋଜିତ ହେବ। ମେ’ର ଶେଷ ସପ୍ତାହରେ ଆଡମିଟ କାର୍ଡ ରିଲିଜ ହେବାର ସମ୍ଭାବନା ରହିଛି।

SSC JE 2024: କେତେ ଦେୟ ଦେବାକୁ ପଡିବ ?

ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ମାସିକ ବେତନ ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା ପାଇବେ। ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେୟ ଦେବାକୁ ପଡିବ। ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିଯୁକ୍ତି ସହ ଜଡିତ ବିସ୍ତୃତ ସୂଚନା ଉପଲବ୍ଧ ହେବ।