Categories: ଜାତୀୟ

ଏସ୍‌ଏସ୍‌ଏଲ୍‌ଭି-ଡି୨ ଉତ୍‌କ୍ଷେପଣ

ଶ୍ରୀହରିକୋଟା,୧୦।୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ନୂତନ ରକେଟ ଏସ୍‌ଏସ୍‌ଏଲ୍‌ଭି-ଡି୨ (କ୍ଷୁଦ୍ର ସାଟେଲାଇଟ ଲଞ୍ଚ ଯାନ)କୁ ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ଏସ୍‌ଏସ୍‌ଏଲ୍‌ଭି-ଡି୨ ତିନୋଟି ଉପଗ୍ରହ ସହିତ ମହାକାଶକୁ ଉଡ଼ିଛି। ଆମେରିକାର କମ୍ପାନୀ ଆଣ୍ଟାରିସ ଉପଗ୍ରହ ଜାନୁସ -୧, ଚେନ୍ନାଇ ଭିତ୍ତିକ ସ୍ପେସ ଷ୍ଟାର୍ଟଅପ ସ୍ପେସ କିଡ୍ସର ଉପଗ୍ରହ ଆଜାଦିସାଟ-୨ ଏବଂ ଇସ୍ରୋର ଉପଗ୍ରହ ଇଓଏସ୍‌-୦୭ ସାମିଲ ଅଛି। ଏହି ତିନୋଟି ଉପଗ୍ରହ ୪୫୦ କିଲୋମିଟର ଦୂରରେ ଥିବା ସର୍କୁଲାର କକ୍ଷପଥରେ ସ୍ଥାପିତ ହେବ।
ଇସ୍ରୋ ଅନୁଯାୟୀ, ଏସ୍‌ଏସ୍‌ଏଲ୍‌ଭି ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହକୁ ନିମ୍ନ କକ୍ଷପଥରେ ଉତକ୍ଷେପଣ ପାଇଁ ବ୍ୟବହୃତ ହୁଏ। ଚାହିଦା ଅନୁଯାୟୀ ରକେଟ ଆଧାରରେ ଏହା ଅର୍ଥନୈତିକ ମୂଲ୍ୟରେ ଉପଗ୍ରହ ଉତକ୍ଷେପଣର ସୁବିଧା ଯୋଗାଇଥାଏ। ୩୪ ମିଟର ଉଚ୍ଚ ଏସ୍‌ଏସ୍‌ଏଲ୍‌ଭିି ରକେଟର ବ୍ୟାସ ୨ ମିଟର। ଏହି ରକେଟ ସମୁଦାୟ ୧୨୦ ଟନ ଭାର ସହିତ ଉଡିପାରେ। ଏହି ରକେଟର ପ୍ରଥମ ଉତକ୍ଷେପଣ ଗତ ବର୍ଷ ଅଗଷ୍ଟରେ ବିଫଳ ହୋଇଥିଲା।

Share