ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ ଭୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ ଭଉଣୀମାନେ ମଧ୍ୟ ଦିନରାତି ଏକଜୁଟ ହୋଇଛନ୍ତି। କିନ୍ତୁ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ମିତୁ ସିଂ ମଧ୍ୟ ଏକ ଅଡୁଆରେ ପଡିଯାଇଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସେପ୍ଟେମ୍ବରରେ ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିନା ପ୍ରେସକ୍ରିପସନରେ ସୁଶାନ୍ତଙ୍କୁ ତାଙ୍କ ଭଉଣୀମାନେ ଔଷଧ ଦେଇଥିଲେ। ଏଥିରେ ସୁଶାନ୍ତ ଆତଙ୍କିତ ହୋଇ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ପୋଲିସ ରିୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆରର ଏକ କପି ସିବିଆଇରେ ଦାଖଲ କରିଥିଲା। ଏବେ ପ୍ରିୟଙ୍କା ଏବଂ ମିତୁଙ୍କୁ ଗିରଫ ଭୟ ଘାରିଛି। ସିବିଆଇ ସେମାନଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ। ତେଣୁ ସେ ବମ୍ବେ ହାଇକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ନିଜ ମୁମ୍ବାଇସ୍ଥିତ ବାସଭବନରେ ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

Share