ଭଦ୍ରକ,୨୨ା୧୨: ଜଣେ ଅବସରପ୍ରାପ୍ତ ସିଡିଏମ୍ଓଙ୍କ ଘରେ ପଶି ଦୁର୍ବୃତ୍ତମାନେ ଛୁରାମାଡ଼ କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲାର ଟାଉନଥାନା ଅନ୍ତର୍ଗତ ଚାରିଘରିଆରେ। ଯାଜପୁରର ପୂର୍ବତନ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ରଘୁନାଥ ପାଢ଼ୀ ତାଙ୍କ ନିଜ ଘର ଭଦ୍ରକରେ ଥିବା ବେଳେ ଏହି ଛୁରାମାଡ଼ ହୋଇଛି। ତେବେ ଚୋରି ଉଦ୍ଦେଶ୍ୟରେ ତାଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।