ଓ୍ବାଶିଂଟନ୍,୮।୨: ଆମେରିକାର ଜ୍ୟାକସୋନଭିଲେରେ ୧୬ ବର୍ଷୀୟ ଏଡେନ ଫୁକି ସହପାଠୀଙ୍କୁ ହତ୍ୟା ଅଭିଯୋଗରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୩ ବର୍ଷୀୟା ଚିୟରଲିଡର ଟ୍ରିଷ୍ଟିନ୍ ବିଲେଙ୍କୁ ୨୦୨୧ ମଦର୍ସ ଡେ’ରେ ଫୁକି ହତ୍ୟା କରିଥିଲେ। ଫୁକି ଟ୍ରଷ୍ଟିନଙ୍କୁ ୧୧୪ ଥର ଛୁରି ଭୁସି ଏହି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡ଼ିଛି। ମାମଲା ନେଇ ଶୁଣାଣିବେଳେ ଫୁକି କୋର୍ଟରେ କହିଥିଲେ, କରିଥିବା ଭୁଲ୍ ଲାଗି ମୁଁ ଅନୁତପ୍ତ। ଏ ନେଇ ମୁଁ ଟ୍ରିଷ୍ଟିନଙ୍କ ପରିବାର ଏବଂ ମୋ ପରିବାରକୁ କ୍ଷମା ମାଗୁଛି। ମାତ୍ର ୧୪ ବର୍ଷ ବୟସରେ ଫୁକି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟେଇଥିବାବେଳେ ସେ ଏବେ ନାବାଳକ ଥିବାରୁ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇ ନାହାନ୍ତି।