ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟିରେ ଛୁରାମାଡ଼, ୩ ଆହତ

କାନ୍‌ବେରା,୧୮ା୯: ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଛୁରାମାଡ଼ ହୋଇଛି। ଫଳରେ ୩ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। କାନ୍‌ବେରାର ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟିରେ ଘଟିଥିବା ଏହି ଆକ୍ରମଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଥିଲା। ଏଥିରେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି। ସମସ୍ତେ ଏଏନ୍‌ୟୁ କର୍ମଚାରୀ ଏବଂ ଛାତ୍ର। ତେବେ ଏହି ତିନିଜଣ ଡାକ୍ତରଖାନାରେ ସୁସ୍ଥ ଅଛନ୍ତି ବୋଲି ଅଷ୍ଟ୍ରେଲୀୟ କ୍ୟାପିଟାଲ ଟେରିଟୋରୀ ପୋଲିସ କହିଛି। ଅଧିକାରୀ କହିଛନ୍ତି, ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ତେବେ କେଉଁ କାରଣରୁ ଛୁରାମାଡ଼ ହେଲା ସେନେଇ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

Share