ଆମେରିକାର ଏକ ଜେଲ୍‌ରେ ଛୁରାମାଡ, ଜଣେ କଏଦୀ ମୃତ

ଓ୍ବାଶିଂଟନ୍‌,୨।୯: ଆମେରିକାର ଫୁଲଟନ କାଉଣ୍ଟି ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଲ୍‌ ଭିତରେ ଛୁରାମାଡରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ କଏଦୀ ଆହତ ହୋଇଛନ୍ତି। ଫୁଲଟନ କାଉଣ୍ଟି ସରିଫ କାର୍ଯ୍ୟାଳୟର ମୁଖପାତ୍ର ନାଟାଲୀ ଆମନ୍ସ କହିଛନ୍ତ, ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଘଟଣାର ତଦନ୍ତ ଚାଲିଛି।

ଏହି ଘଟଣାରେ ୨୩ ବର୍ଷିୟ ଡେଭିନ ବ୍ଲାସ୍କେଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ କଏଦୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ସୂଚନା ମିଳିଛି। ସରିଫ କାର୍ଯ୍ୟାଳୟ କହିଛି ଯେ, ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଏଦୀଙ୍କ ନାମ ଏବଂ ଆପରାଧିକ ମାମଲା ଆଟଲାଣ୍ଟା ପୋଲିସ ପ୍ରକାଶ କରିବ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅସ୍ତ୍ରଶସ୍ତ୍ର ବିବାଦକୁ ନେଇ କଏଦୀମାନେ ଏପରି ହାତାହାତି ହୋଇଛନ୍ତି। ଫୁଲଟନ କାଉଣ୍ଟି ସରିଫ ଜେଲ ୍‌ଏକ ବିବୃତ୍ତିରେ କହିଛି ଯେ, ଜେଲରେ ସମ୍ପ୍ରତି ହିଂସା ଏକ ଗୁରତ୍ୱପୂର୍ଣ୍ଣ ବିଷୟ। ପରସ୍ପରକୁ ଆକ୍ରମଣ କରିବାକୁ କଏଦୀମାନେ ମାକେସିଫ୍ଟ ଅସ୍ତ୍ର ବ୍ୟବହାର କରୁଛନ୍ତି। ଜୁଲାଇ ଶେଷରୁ ଫୁଲଟନ କାଉଣ୍ଟି ଜେଲର କଏଦୀଙ୍କ ଏହା ହେଉଛି ପଞ୍ଚମ ମୃତ୍ୟୁ।

Share