ଭସାଣିବେଳେ ଛୁରାମାଡ଼: ଜଣେ ନାବାଳକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୧୫।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରରେ ଛୁରାମାଡ଼l ଦୁର୍ଗା ମା’ଙ୍କ ଭସାଣିବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ଗଣ୍ଡଗୋଳ। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିବାବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି l ଗୋଟିଏ ଗୋଷ୍ଠୀରେ ଦଣ୍ଡାସି ସାହିର ନାବାଳକ ରହିଥିବା ବେଳେ ଅନ୍ୟ ଗୋଷ୍ଠୀ ରେ ସୌରାସାହି ଓ ବଡ଼ହରିଜନ ସାହିର ପିଲାମାନେ ରହିଥିବା ସୂଚନା ମିଳିଛି l ନବରଙ୍ଗପୁର ଟାଉନ ପୋଲିସ ଅନ୍ୟ ଗୋଷ୍ଠୀର ଜଣକୁ ଅଟକ ରଖି ତଦନ୍ତ କରୁଛି l ମୃତ ନାବାଳକ ଦଣ୍ଡାସି ସାହିର କିରଣ ଗାଦବା ହୋଇଥିବାବେଳେ ଅନ୍ୟ ଗୁରୁତର ଆହତ ନାବାଳକ ହେଲେ ସେହି ସାହିର ତେଜାବ ହରିଜନ l କେଉଁ କାରଣରୁ ଛୁରାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି l ପୋଲିସ ମେଡିକାଲରେ ଯାଇ ତଦନ୍ତ କରୁଛି l

Share