ହେଡିଂଲେ,୨୮।୮: ଲଡର୍ସ ଟେଷ୍ଟ ଭଳି ତୃତୀୟ ଟେଷ୍ଟ ମ୍ୟାଚ୍ରେ ମଧ୍ୟ ଖେଳରେ ବାଧକ ସାଜିଥିଲେ ‘ଜାର୍ଭୋ ୬୯’ ଭାବେ ଜଣାଶୁଣା ୟୁଟ୍ୟୁବର ଡାନିଏଲ ଜାର୍ଭିସ। ତାଙ୍କୁ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥା ଭଙ୍ଗ କରିବା ଲାଗି ଆଜୀବନ ବାସନ୍ଦ କରାଯାଇଥିବା ଇଂଲିଶ କାଉଣ୍ଟି ପକ୍ଷରୁ ଶନିବାର କୁହାଯାଇଛି।
ଶୁକ୍ରବାର ଭାରତୀୟ ଓପନର ରୋହିତ ଶର୍ମା ଆଉଟ୍ ହେବା ପରେ ଜାର୍ଭୋ ବ୍ୟାଟିଂ କରିବା ପାଇଁ ପ୍ୟାଡ୍ ପିନ୍ଧି ସଜବାଜ ହୋଇ କ୍ରିଜକୁ ଚାଲି ଆସିଥିଲେ। ପରେ ତାଙ୍କୁ ସୁରକ୍ଷାକର୍ମୀମାନେ ଗ୍ରାଉଣ୍ଡରୁ ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ। ଜାର୍ଭିସଙ୍କୁ ଆମେ ହେଡିଂଲେ ଗ୍ରାଉଣ୍ଡରୁ ଆଜୀବନ ବାସନ୍ଦ କରୁଛୁ। ତାଙ୍କୁ ଆର୍ଥିକ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ ବୋଲି ୟର୍କଶାୟାର କାଉଣ୍ଟି କ୍ରିକେଟ କ୍ଲବର ପ୍ରବକ୍ତା କହିଛନ୍ତି।