ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍‌-ସ୍ପୋଟର୍ସ କମ୍ପ୍ଲେକ୍ସ୍‌…

ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍‌ଲକ୍‌ ସୋମବାର ଆରମ୍ଭ ହେବ। ଅନ୍‌ଲକ୍‌ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍‌ ଏବଂ ସ୍ପୋଟର୍ସ କମ୍ପ୍ଲେକ୍ସ୍‌ ଖୋଲାଯିବ। ଅପରପକ୍ଷରେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ୍‌, ସୁଇମିଂ ପୁଲ୍‌ ଆଦି ପୂର୍ବପରି ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳ ପାଇଁ ତାଲିମ୍‌ ନେଉଥିବା ଖେଳାଳିଙ୍କ ଲାଗି ଷ୍ଟାଡିୟମ୍‌ ଏବଂ ସ୍ପୋଟର୍ସ କମ୍ପ୍ଲେକ୍ସ୍‌ ଖୋଲାଯିବ। ଷଷ୍ଠ ପର୍ଯ୍ୟାୟ ଅନ୍‌ଲକ୍‌ରେ ସ୍ପା, ସ୍କୁଲ୍‌, କଲେଜ୍‌, ସାମାଜିକ ଅନୁଷ୍ଠାନ, ସାଂସ୍କୃତିକ ସଂସ୍ଥା, ଧାର୍ମିକ ସ୍ଥଳ ଆଦି ପୂର୍ବ ପରି ବନ୍ଦ ରହିବ। ସର୍ବସାଧାରଣ ସ୍ଥଳରେ ଭିଡ଼ ଯେଭଳି ନ ହେବ ସେଥିପ୍ରତି କଡ଼ା କଟକଣା ମଧ୍ୟ ଜାରି କରାଯାଇଛି।

Share