କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇଲେ କର୍ମଚାରୀ

ଗାନ୍ଧିନଗର,୧୧।୭: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କେତେକ ରାଜ୍ୟରେ କରୋନା ସଙ୍କଟର ଭୟଙ୍କର ପରିସ୍ଥିତି ଉପୁଜିଛି। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସମୟରେ କରୋନା ରୋଗୀଙ୍କ ସହ ଦୁର୍ବବ୍ୟହାର ଓ ଅବହେଳା ହେଉଥିବାର କେତେକ ଘଟଣା ନଜିରକୁ ଆସୁଛି। ଏଭଳି ଏକ ଘଟଣା ଘଟିଛି ଗୁଜରାଟର ମୋରବି ଜିଲାରେ। ବିକାନେର ସ୍ଥିତ ଏକ ହସ୍ପିଟାଲର କର୍ମଚାରୀଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ହସ୍ପିଟାଲର କୋଭିଡ-୧୯ ଓ୍ବାର୍ଡରେ ଜଣେ କରୋନା ମହିଳା ରୋଗୀଙ୍କୁ କୁକୁର ସହ ତାଲା ପକାଇ ସେଠାରୁ ପଳାଇଯାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ୧୦ଦିନ ପୂର୍ବରୁ ଉକ୍ତ ମହିଳା କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଜୁଲାଇ ୭ରେ ହସ୍ପିଟାଲର କର୍ମଚାରୀ କୋଭିଡ ଓ୍ବାର୍ଡରେ ଏହି କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇ ଚାଲିଯାଇଥିଲେ। ସେ ଯେତେ ଚିତ୍କାର କଲେ ବି କେହି ଶୁଣି ନ ଥିଲେ। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମହିଳା ଜଣଙ୍କ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ।

Share