କେନ୍ଦୁଝର,୧୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ଓ ଆଖପାଖ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି। ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି କୃତ୍ରିମ ବା ପ୍ଲାଷ୍ଟିକ ଚାଉଳ କିଭଳି ବଣ୍ଟନ ହେଉଛି, ତାହାର ଉତ୍ତର ପଞ୍ଚାୟତଗୁଡ଼ିକରେ ବଣ୍ଟନ କରୁଥିବା କର୍ମଚାରୀଙ୍କ ପାଖରେ ଉତ୍ତର ନାହିଁ। ଏ ନେଇ ସିଏସ୍ଓ ବସନ୍ତ ପଣ୍ଡା କହିଛନ୍ତି ଯେ ଏହା ପ୍ଲାଷ୍ଟିକ ଚାଉଳ ନୁହେଁ। ଏସବୁ ସାର୍ଟିଫାଏଡ୍ ଚାଉଳ। ପ୍ରତି କିଲୋ ଚାଉଳରେ ଶହେ ଗ୍ରାମ ପୁଷ୍ଟିକର ଭିଟାମିନ୍ ମିଶ୍ରଣ କରାଯାଇଥାଏ, ଏଣୁ ଏଭଳି ଦେଖାଯାଉଛି।