Categories: ଜାତୀୟ

ମୋଦିଙ୍କୁ ଭେଟି ୨ହଜାର କୋଟି ଟଙ୍କାର ସହାୟତା ମାଗିଲେ ଷ୍ଟାଲିନ

ନୂଆଦିଲ୍ଲୀ,୨୦।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଘୂର୍ଣ୍ଣିବଳୟ ମିଚୋଙ୍ଗ ଏବଂ ଦକ୍ଷିଣ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ଦାବି କରିଥିଲେ। ଏଥିପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଯୋଗାଇବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନାଅନୁଯାୟୀ, ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ଦକ୍ଷିଣ ଜିଲାରେ ପ୍ରବଳ ବର୍ଷା ହେତୁ ହୋଇଥିବା କ୍ଷୟକ୍ଷତି ୧୦୦ବର୍ଷ ଇତିହାସରେ ଦେଖାଯାଇ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ ସେ କହିଛନ୍ତି ଯେ ତିରୁନେଲଭେଲି, ତୁତୁକୁଡି, କନ୍ୟାକୁମାରୀ ଏବଂ ଟେନକାସୀ ଜିଲାକୁ ଜୀବିକା ନିର୍ବାହ ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୦୦୦କୋଟି ଟଙ୍କା ପ୍ରଦାନ କରାଯିବା ଆବଶ୍ୟକ।

Share