Categories: ଜାତୀୟ

ଡିଡି ନ୍ୟୁଜ ଲୋଗୋର ରଙ୍ଗ ବଦଳାଇବାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଷ୍ଟାଲିନ

ଅମରାବତି,୨୧।୪: ସାର୍ବଜନୀନ ବ୍ରଡକାଷ୍ଟର ଦୂରଦର୍ଶନର ଲୋଗୋର ରଙ୍ଗର ପରିବର୍ତ୍ତନକୁ ନେଇ ଏକ ରାଜନେଅତିକ ଝଡ଼ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ସଭାପତି ଏମ.କେ ଷ୍ଟାଲିନ ଦୁରଦର୍ଶନର ‘ଲୋଗୋ’ର ନାଲିରୁ କମଳା ରଙ୍ଗକୁ ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି। ରବିବାର (ଏପ୍ରିଲ ୨୨)ରେ ସେ କହିଛନ୍ତି ଯେ ଏହା ହେଉଛି ଭାରତୀୟ ଜନତା ପାର୍ଟି (ଭାଜପା) ର ସବୁକିଛି ଷଡଯନ୍ତ୍ରର ଆରମ୍ଭ।
‘ଲୋଗୋ’ର ପରିବର୍ତ୍ତନ ସମ୍ପର୍କରେ ଷ୍ଟାଲିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଦୁରଦର୍ଶନକୁ ‘ସାଫ୍ରୋନ’ ବା କମଳା ରଙ୍ଗ ଦ୍ୱାରା କଳଙ୍କିତ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ଭାଜପା ସବୁକିଛି ଜାଗ୍ରତ କରିବାକୁ ଷଡଯନ୍ତ୍ର କରୁଛି। ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳରେ ଜନସାଧାରଣ ଏଭଳି ଫାସିବାଦ ବିରୋଧରେ ଠିଆ ହୋଇଥିବା ଦେଖିବାକୁ ମିଳିବ।

Share