Categories: ଜାତୀୟ

କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଷ୍ଟାଲିନ୍‌ଙ୍କ ପୁଅ

ଚେନ୍ନାଇ,୧୫।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନ୍‌ ବୁଧବାର ଚେନ୍ନାଇର ରାଜ ଭବନରେ ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏବଂ ତାଙ୍କ କ୍ୟାବିନେଟ ସହଯୋଗୀମାନେ ଉପସ୍ଥିତ ଥିଲେ। ମନ୍ତ୍ରିମଣ୍ଡଳରେ ଉଦୟନିଧିଙ୍କୁ ସାମିଲ କରାଯିବା ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଉଦୟନିଧି କ୍ୟାବିନେଟରେ ସାମିଲ ହେବା ପରେ ଦଳର କର୍ମୀମାନେ ଉତ୍ସାହିତ ହେବା ସହ ଏହାକୁ ସୂର୍ଯ୍ୟୋଦୟ ଭଳି ଦେଖୁଛନ୍ତି। ବିରୋଧୀ ଏହାକୁ ପୁତ୍ରୋଦୟ ବୋଲି କହୁଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବଂଶବାଦ ରାଜନୀତି କରୁଥିବା ଅଭିଯୋଗ ହୋଇଛି।
ଉଦୟନିଧିଙ୍କୁ କ୍ୟାବିନେଟରେ ସାମିଲ କରାଯିବା ପରଠାରୁ ବିରୋଧୀ ଶାସକ ଡିଏମ୍‌କେକୁ ଟାର୍ଗେଟ କରୁଛନ୍ତି। ବିରୋଧୀ ଦଳ ଏଆଇଏଡିଏମ୍‌କେ ଏବଂ ଭାଜପା ଏହାକୁ ‘ନୂତନ ଯୁଗର ବଂଶବାଦ ରାଜନୀତି’ ବୋଲି କହିଛନ୍ତି।

Share