ନାଗପଟ୍ଟିନମ୍,୨୧ା୧୧(ପି.ଟି.): ତାମିଲନାଡୁରେ ଏଆଇଏଡିଏମ୍କେର କୁଶାସନ ବିରୋଧରେ ସଭା କରୁଥିବାବେଳେ ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଅଟକ ରଖିବା ପରେ ଛାଡ଼ିଦେଇଛି। ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଡିଏମ୍କେ ଯୁବ ଶାଖା ସମ୍ପାଦକ ଉଦୟନିଧି ଶୁକ୍ରବାର ୭୫ ଦିନିଆ ପ୍ରଚାରରେ ବାହାରିଥିଲେ। ଉଦୟନିଧି ଡିଏମ୍କେ ପ୍ରତିଷ୍ଠାତା ଏମ୍. କରୁଣାନିଧିଙ୍କ ଜନ୍ମସ୍ଥାନ ଥୁରୁକ୍କୁଭଲିରୁ ବାହାରିଥିବାବେଳେ କୋଭିଡ୍-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ତାଙ୍କୁ ଅଟକ ରଖିଥିଲା।