Categories: ଜାତୀୟ

ଷ୍ଟାଲିନଙ୍କ ଜ୍ୱାଇଁ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚେନ୍ନାଇ,୨।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଡିଏମକେ ନେତାଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁ ସବରିସନଙ୍କ ଘର, ଫାର୍ମ ହାଉସ ସମେତ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢାଉ କରିଛି ଆୟକର ବିଭାଗ। ତେବେ କାର୍ଯ୍ୟାନୁଷ୍ଠାନ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ। କୁହାଯାଉଛି ଯେ ଆୟକର ବିଭାଗ ଡିଏମକେ ନେତାଙ୍କ ସମ୍ପର୍କୀୟଙ୍କ ଘରେ ବିପୁଳ ପରିମାଣର ନଗଦ ଟଙ୍କା ସମ୍ପର୍କରେ ସୂଚନା ପାଇଛି। ଏହାପୂର୍ବରୁ ଡିଏମକେ ନେତା ଏ ରାଜାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ଦଳରୁ ତାରକା ପ୍ରଚାରକ ତାଲିକାରୁ ବାଦ ପଡିଛନ୍ତି। ଦୁଇ ଦିନ ପାଇଁ ପ୍ରଚାର କରିବା ମଧ୍ୟ ନିଷେଧ କରାଯାଇଛି। ଏ ରାଜାଙ୍କ ନାଁରେ ତାମିଲାନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ଏବଂ ତାଙ୍କ ମାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୬ରେ ତାମିଲନାଡୁର ୨୩୪ଟି ଆସନ ପାଇଁ ମତଦାନ ହେବ। ମେ ୨ରେ ଭୋଟ ଗଣାଯିବ।

Share