Categories: ଜାତୀୟ

ଇଭିଏମ୍‌କୁ ଷ୍ଟାଲିନ୍‌ଙ୍କ ସନ୍ଦେହ

ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗ୍‌ରୁମ୍‌କୁ ଅନଧିକୃତ ଲୋକଙ୍କୁ ଛଡ଼ାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଷ୍ଟାଲିନ୍‌ ଏକ ଚିଠି ଲେଖି କହିଛନ୍ତି, ଇଭିଏମ୍‌ର ସୁରକ୍ଷା ନେଇ ନିର୍ବାଚନ କମିଶନ (ଇସି) ପ୍ରସ୍ତୁତ କରିଥିବା ପ୍ରୋଟୋକଲକୁ ରାଜ୍ୟରେ ପାଳନ କରାଯାଉନାହିଁ। ରାମନାଥପୁରମ୍‌ରେ ରାତିରେ ଷ୍ଟ୍ରଙ୍ଗ୍‌ରୁମ୍‌କୁ କେତେକ ରହସ୍ୟମୟ କଣ୍ଟେନର ନିଆଯାଇଛି। ୩୧ ଜଣ ବ୍ୟକ୍ତି କଣ୍ଟେନର ସହ ୨ଟି ଲାପ୍‌ଟପ୍‌ ନେଇ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଯାଇଥିଲେ। ସେହିପରି ଭୋଟିଂ ମେଶିନ ରଖାଯାଇଥିବା ନେୟଭେଲି ଆନ୍ନା ୟୁନିଭର୍ସିଟି କ୍ୟାମ୍ପସକୁ ମଧ୍ୟ ବିନା ପାସ୍‌ରେ ୩ ଜଣ କମ୍ପ୍ୟୁଟର ବିଶେଷଜ୍ଞଙ୍କୁ ଛଡ଼ାଯାଇଥିଲା, ଯାହାର କାରଣ ଜଣାନାହିଁ ବୋଲି ଇସିଙ୍କ ନିକଟକୁ ପଠାଇଥିବା ପତ୍ରରେ ଷ୍ଟାଲିନ୍‌ ଉଲ୍ଲେଖ କରିଛନ୍ତି। ଅନାବଶ୍ୟକ ଲୋକଙ୍କୁ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଛଡ଼ା ନ ଯାଉ। ଏହାସହ ଇଭିଏମ୍‌ର ସୁରକ୍ଷା କରାଯାଉ ବୋଲି ସେ ଦାବି କରିଛନ୍ତି।

Share