ମନିଲା,୨୪ା୧୦: ପ୍ରବଳ ବର୍ଷା ଯୋଗୁ ଫିଲିପାଇନ୍ସ ବିମାନ ବନ୍ଦରରେ ରନଓ୍ବେରୁ ବାହାରିବା ସମୟରେ ସୋମବାର ଏକ କୋରିଆ ଏୟାର ବିମାନ ଘାସରେ ଅଟକି ରହିଥିଲା। ସୌଭାଗ୍ୟବଶତଃ ଏହି ବିମାନରେ ଥିବା ୧୬୨ ଯାତ୍ରୀ ଏବଂ ୧୧ କ୍ରୁ ସଦସ୍ୟଙ୍କ ମଧ୍ୟରୁ କେହି ଆହତ ହୋଇନାହାନ୍ତି। ଯାତ୍ରୀମାନଙ୍କୁ ବିମାନରୁ ବାହାରିବା ପାଇଁ ଜରୁରିକାଳୀନ ଫାଟକ ବ୍ୟବହାର କରିବାକୁ ପଡ଼ିଥିଲା।
ଦେଶର ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ମ୍ୟାକ୍ଟନ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥଳଭାଗରେ ଏହାର ଏକମାତ୍ର ରନଓ୍ବେ ସହିତ ବିମାନ ବନ୍ଦ ହୋଇଯିବା ସହ ଅନେକ ବିମାନ ଉଡ଼ାଣ ବାତିଲ ହୋଇଛି।
ତେବେ ବିମାନଟି କ୍ଷତିଗ୍ରସ୍ତ ହୋଇଛି। ଫିଲିପାଇନ୍ସ ଏୟାର ଲାଇନ୍ସ ଏହି ଘଟଣାର ତଦନ୍ତ କରୁଛି। କୋରିଆ ଏୟାରଲାଇନ୍ସ କହିଛି, ଦକ୍ଷିଣ କୋରିଆର ଇଞ୍ଚିୟାନରୁ ଏକ ଏୟାରବସ୍ ଏ-୩୩୦ ବିମାନ ରନଓ୍ବେରୁ ବାହାରିବା ପୂର୍ବରୁ ଦୁଇଥର ଅବତରଣ କରିବାକୁ ଚେଷ୍ଟା କରିଥିଲା।