Categories: ବାଣିଜ୍ୟ

ଷ୍ଟଲଓ୍ବାର୍ଟର ନୂତନ ପ୍ରକଳ୍ପ ଉନ୍ମୋଚିତ

ଭୁବନେଶ୍ୱର,୧।୫: ରାଜ୍ୟର ପ୍ରମୁଖ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ (ଏସପିପିଏଲ)ର ନୂତନ ପ୍ରକଳ୍ପ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଭୁବନେଶ୍ୱରସ୍ଥିତ ପଟିଆ ଅଞ୍ଚଳରେ ଏସପିପିଏଲର ଉକ୍ତ ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଓଡ଼ିଶା ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାଗଜପତ୍ର କାମ ସାଙ୍ଗକୁ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥିରଟି (ଓରେରା)ର ସ୍ବୀକୃତି ସହ ମଞ୍ଜୁରୀ ମଧ୍ୟ ମିଳିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ଉକ୍ତ ପ୍ରକଳ୍ପର ନିର୍ମାଣ ସହ ଏକ ସୁନ୍ଦର ପରିବେଶ ଆଶାୟୀ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଏପରିକି ୩୬ ମହଲା ବିଶିଷ୍ଟ ଉକ୍ତ ପ୍ରକଳ୍ପରେ ମୋଟ ୩ଟି ବ୍ଲକ ରହିଥିବା ବେଳେ ପ୍ରାୟ ୪୫୦ ଘରୋଇ ୟୁନିଟ ସହ ୫୦ରୁ ଅଧିକ କର୍ମସିଆଲ ୟୁନିଟ ଉପଲବ୍ଧ। ଏ ସମ୍ପର୍କରେ ଏସପିପିଏଲର ପରିଚାଳନା ନିର୍ଦ୍ଦେଶକ ଶରତ ସାହୁ କହିଥିଲେ, ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଏପରିକି ରାଜ୍ୟର ପ୍ରଥମ ଓ ଆଧୁନିକ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ଉକ୍ତ ପ୍ରକଳ୍ପ ଓଡ଼ିଶା ରିୟଲ ଇଷ୍ଟେଟ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏସପିପିଏଲର ଉକ୍ତ ପ୍ରକଳ୍ପ ପଟିଆର ଶୈଳେଶ୍ରୀ ବିହାରସ୍ଥିତ ତୁଳସୀ ବିହାରଠାରେ ନିର୍ମାଣ ହେବ ବୋଲି ଜଣାପଡିଛି।

Share