ଚର୍ଚ୍ଚରେ ଦଳାଚକଟା, ୩୧ ମୃତ…

ଅବୁଜା, ୨୮।୫ : ନାଇଜେରିଆରେ ଏକ ଚର୍ଚ୍ଚରେ ଭୋଜନ ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦକ୍ଷିଣ ନାଇଜେରିଆରେ ଥିବା ଏକ ଚର୍ଚ୍ଚରେ ଶନିବାର ସକାଳେ ଭୋଜନ ବଣ୍ଟନ ସମୟରେ ଲୋକଙ୍କ ମଧ୍ୟ ଦଳାଚକଟା ଆରମ୍ଭ ହୋଇଥିଲା। ରିଓ୍ବର ଷ୍ଟେଟ୍‌ ପୋଲିସ ପ୍ରବକ୍ତା ଗ୍ରେସ୍‌ ହେରେଙ୍ଗ କୋକୋ କହିଛନ୍ତି ଯେ, ଭୋଜନ ନେବାକୁ ଆସିଥିବା ଲୋକେ ଚର୍ଚ୍ଚର ଗେଟ୍‌କୁ ଭାଙ୍ଗି ଦେଇଥିଲେ। ଫଳରେ ଲୋକେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ମୃତକ ଏବଂ ଆହତଙ୍କୁ ପୋର୍ଟ ହରକୋର୍ଟ ହସ୍ପିଟାଲ ନିଆ ଯାଇଥିବା ସେ କହିଛନ୍ତି।

Share