ଜମ୍ମୁ,୧ ।୧: ନୂଆବର୍ଷ ଉପଲକ୍ଷେ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ ଦଳାକଟା ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୨-୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, କରୋନା କଟକଣା ମଧ୍ୟରେ ବି ଦେବୀଙ୍କ ଦର୍ଶନ ପାଇଁ ଶହ ଶହ ଲୋକ ଶୁକ୍ରବାର ରାତିରୁ ଲମ୍ବା ଲାଇନ୍ ଲଗାଇଥିଲେ । ଆହୁରି ଅନେକ ଦର୍ଶନ ଲାଗି ଶନିବାର ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ଏତେ କଟକଣା ପରେ ବି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ସମସ୍ତଙ୍କୁ ଚକିତ କରିଛି ।