Categories: ଜାତୀୟ

ଏଲ୍‌ଏସିରେ ଉତ୍ତେଜନା: ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ, ୪।୧୦: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦୁଇପକ୍ଷଙ୍କ ମଧ୍ୟରେ ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଇତିମଧ୍ୟରେ ୬ ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ବି କୌଣସି ସମାଧାନର ପଥ ବାହାରି ପାରିନାହିଁ। ସେପ୍ଟେମ୍ବର ୨୧ରେ ୧୩ ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଦୁଇପକ୍ଷ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ଅସଫଳ ରହିଥିଲେ। ଏବେ ପୁଣିଥରେ ବୈଠକ ଡକାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପୋଙ୍ଗାଙ୍ଗ୍‌ ହ୍ରଦ ନିକଟରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ପରସ୍ପରର ଫାୟାରିଂ ରେଞ୍ଜ୍‌ ମଧ୍ୟରେ ରହିଛନ୍ତି। ଏଠାରେ ଥିବା ପାହାଡ଼ର କେତେକ ସ୍ଥାନକୁ ଭାରତୀୟ ଯବାନ  ଦଖଲକୁ ନେଇଥିବାରୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

Share