ବ୍ରେକ୍‌ଅପ ପରେ ଷ୍ଟାର: ଏହି ପ୍ରସିଦ୍ଧ ଗାୟିକାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ଏକ୍ସ

ଆଜି ପ୍ରସିଦ୍ଧ ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଜନ୍ମଦିନ। ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ଅଡେଲେ। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା।

ତାଙ୍କ ଷ୍ଟାର ହେବା ପଛରେ ଏକ ମଜାଦାର କାହାଣୀ ଅଛି। ବାସ୍ତବରେ ସେ ଜଣଙ୍କୁ ଭଲ ପାଉଥିଲେ, ଯିଏ ତାଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିଥିଲେ। ପ୍ରେମରେ ପ୍ରତାରଣା ପାଇବା ପରେ ଅଡେଲେଙ୍କ ହୃଦୟ ଏତେ ଭାଙ୍ଗିଗଲା ଯେ, ସେ ବିଷାଦଗ୍ରସ୍ତ ଆଡକୁ ଚାଲିଗଲେ। ପରେ ସେଥିରୁ ଯେତେବେଳେ ସେ ବାହାରିଲେ ସେ ‘ରୋଲିଂ ଇନ୍‌ ଡିିପ’ ଗୀତ ଶ୍ରୋତାଙ୍କୁ ଦେଇ ନ ଥିଲେ ବରଂ ଏହି ଗୀତ ମାଧ୍ୟମରେ ତାଙ୍କ ଏକ୍ସଙ୍କୁ ଉପଯୁକ୍ତ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ଏହି ଗୀତରେ ତାଙ୍କ ହୃଦୟର କଷ୍ଟ ବେଶ୍‌ ବାରି ହୋଇ ପଡ଼ୁଥିଲା। ପରେ ସେ ଅନେକ ଗୀତ ଗାଇଥିଲେ। ବର୍ତ୍ତମାନ ଏଡେଲ ଏକ ବ୍ରେକଅପ ଷ୍ଟାର ଭାବରେ ଜଣାଶୁଣା। ଏହା ଲୁକ୍କାୟିତ ନୁହେଁ ଯେ, ଅଡେଲେଙ୍କ ତାଙ୍କ ବ୍ରେକ୍‌ଅପ ଯନ୍ତ୍ରଣାରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ। ତାଙ୍କ ଗୀତ ବ୍ୟତୀତ ଏଡେଲ ଲୁକ ପାଇଁ ମଧ୍ୟ ବହୁତ ଲୋକପ୍ରିୟ।

Share