Posted inଜାତୀୟ

ଷ୍ଟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ତଥ୍ୟ ପ୍ରଘଟ: ଉଠିଲା ତଦନ୍ତ ଦାବି

ନୂଆଦିଲ୍ଲୀ,୧୪ା୧୦:ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ୍‌ ଇନ୍‌ସ୍ୟୁରାନ୍ସ ସଂସ୍ଥାର ଗ୍ରାହକମାନଙ୍କ ଗୋପନ ତଥ୍ୟ ଗତ ୯ ତାରିଖରେ ପ୍ରଘଟ ହୋଇଛି। ଉକ୍ତ ଡେଟା ପାଇବାକୁ ହେଲେ ଉକ୍ତ କମ୍ପାନୀକୁ ୬୮,୦୦୦ ଡଲାର ପୈଠ କରିବାକୁ ଏକ ମେସେଜ୍‌ ମିଳିଥିଲା। କମ୍ପାନୀ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ଡେଟା ଲିକ୍‌ ଯୋଗୁ ଏହାର କାର୍ଯ୍ୟ ପ୍ରଭାବିତ ହୋଇ ନ ଥିବା କହିଛି। ଅନ୍ୟପକ୍ଷରେ ଷ୍ଟାର ହେଲ୍‌ଥ କମ୍ପାନୀର ଗୋପନୀୟ ତଥ୍ୟ ଲିକ୍‌ ଘଟଣାର ତଦନ୍ତ କରାଯିବାକୁ ଦିଲ୍ଲୀର ଲିଗାଲ ସର୍ଭିସ୍‌ ସଂସ୍ଥା ସଫ୍ଟଓ୍ବେର ଫ୍ରିଡମ୍‌ ଲ’ ସେଣ୍ଟର ଇଣ୍ଡିଆ (ଏସ୍‌ଏଫ୍‌ଏଲ୍‌ସିଆଇ) ସୋମବାର ନ୍ୟାଶନାଲ ସାଇବର ଏଜେନ୍ସି ଇଣ୍ଡିଆ କମ୍ପ୍ୟୁଟର ଏମର୍ଜେନ୍ସି ଟିମ୍‌ (ସିଇଆର୍‌ଟି-ଇନ୍‌)କୁ ପତ୍ର ଲେଖିଛି।
ଦେଶର ସର୍ବବୃହତ୍‌ ସ୍ବାସ୍ଥ୍ୟବୀମା କମ୍ପାନୀ ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ୍‌ ଇନ୍‌ସ୍ୟୁରାନ୍ସରେ ଏଭଳି ଡେଟା ଲିକ୍‌ ଭବିଷ୍ୟତରେ ଯେପରି ନ ହୁଏ, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ଅତ୍ୟନ୍ତ ସମ୍ବେଦନଶୀଳ ଏହି ବ୍ୟକ୍ତିଗତ ତଥ୍ୟରେ ଗ୍ରାହକଙ୍କ ନାଁ, ଫୋନ୍‌ ନମ୍ବର, ଠିକଣା, ଟ୍ୟାକ୍ସ ସୂଚନା, ପରିଚୟପତ୍ର ନକଲ, ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆଦି ରହିଛି। ଟେଲିଗ୍ରାମରେ ଏହିସବୁ ତଥ୍ୟ ପ୍ରଘଟ ହୋଇଥିବାରୁ ଏହାର ଦୁରୁପଯୋଗ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୩.୧ କୋଟିରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ସମ୍ପୂର୍ଣ୍ଣ ୭.୨୪ ଟିବି ଡେଟାକୁ ୧,୫୦,୦୦୦ ଡଲାରରେ ବିକ୍ରି କରିବାକୁ ହ୍ୟାକର ଏକ ଓ୍ବେବ୍‌ସାଇଟରେ ଖୋଲା ଆହ୍ବାନ ଦେଇଛି। ଷ୍ଟାର ହେଲ୍‌ଥକୁ ମଧ୍ୟ ୬୮,୦୦୦ ଡଲାର ପୈଠ ପାଇଁ ମେସେଜ୍‌ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ...

ଘୋଷଣା ହେଲା ଓ୍ବାୟନାଡ ଉପ-ନିର୍ବାଚନ, କଂଗ୍ରେସରୁ ଲଢିବେ…

ଓ୍ବାୟନାଡ,୧୫।୧୦: ଭାରତୀୟ ନିର୍ବାଚନ କମିଶନର ଆଜି ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ କେରଳର ୱାୟନାଡ ଲୋକ ସଭାର...

ଭାଜପାକୁ ମେଣ୍ଟ ଟେନଶନ, ଫାଇନାଲ ହୋଇପାରୁନି ସିଟ ଶେୟାରିଂ, ନୀତିଶ କଲେଣି ବଡ଼ ପ୍ଲାନ

ନୂଆଦିଲ୍ଲୀ,୧୫।୧୦: ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ନିର୍ବାଚନ ଘୋଷଣା ହେବା ସହ ରାଜନୈତିକ...

୯ଟି ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୫।୧୦: ଉତ୍ତରପ୍ରଦେଶରେ ୯ଟି ଆସନ ପାଇଁ ଉପ-ନିର୍ବାଚନ ଘୋଷଣା କରାଯାଇଛି। ତେବେ ରାଜ୍ୟରେ ୧୦ ସ୍ଥାନରେ ଉପ-ନିର୍ବାଚନ ହେବାର ଥିଲା। ମାତ୍ର ବର୍ତ୍ତମାନ ୯ଟି ଆସନ...

ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୫।୧୦: ନିକଟରେ ଦୁର୍ଗାପୂଜା ସରିଥିବା ବେଳେ ଆଉ ଦୁଇଟି ସପ୍ତାହ ପରେ ଦୀପାବଳି ପର୍ବ ପାଳନ ହେବ। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ...

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ।...

ମହାରାଷ୍ଟ୍ର-ଝାଡଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା: ଜାଣନ୍ତୁ କେଉଁଦିନ ହେବ…

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ...

ଏ ବୁଢାକୁ ରୋକିବା କଷ୍ଟକର: କାହିଁକି ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବାକୁ ଯାଉଛି। ଏହି ନିର୍ବାଚନରେ ମହାୟୁତି ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମହାବିକାଶ ଅଗାଡି(ଏମ୍‌ଭିଏ) ପ୍ରସ୍ତୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri