କରନଙ୍କ ଷ୍ଟାର କିଡ୍ସ !

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଏହାକୁ ନେଇ ଖୋଲା ଖୋଲି କଥା ହେଉଥିବା ବେଳେ ନେପୋଟିଜିମ୍‌ ବା ପ୍ରିୟାପ୍ରୀତି ପୋଷଣ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥିବା ଖୋଲାଖୋଲି ଭାବେ କହୁଛନ୍ତି। ନେପୋଟିଜିମକୁ ନେଇ କଙ୍ଗନା ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ବଲିଉଡର କେତେଜଣ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତାଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି। ଏଥର କଙ୍ଗନା ଷ୍ଟାର କିଡ୍ସଙ୍କୁ ନେଇ ନିର୍ଦ୍ଦେଶକ କରନ ଜୋହରଙ୍କୁ ଟାର୍ଗେଟ କରିଛନ୍ତି। କଙ୍ଗନା ସାରା ଅଲି ଖାଁ, ସୋନମ କପୁର, ସୋନାକ୍ଷି ସିହ୍ନା ଓ ଆଲିଆ ଭଟ୍ଟଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ କହିଛନ୍ତି ଷ୍ଟାର କିଡ୍ସ ଗୁଡ୍‌ ଲୁକିଙ୍ଗ। ଯାହାକୁ ନେଇ ସେ କରନ ଜୋହରଙ୍କର ଏକ ପୁରୁଣା ବୟାନକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଥରେ କରନ କହିଥିଲେ ଷ୍ଟାର କିଡ୍ସ ଆଉଟ୍‌ ସାଇଡରଙ୍କଠାରୁ ଗୁଡ୍‌ ଲୁକିଂ ବା ଭଲ ଦେଖିବାକୁ। ସେଥିପାଇଁ କଙ୍ଗନା ସାରା ଅଲିଙ୍କଠାରୁ ଆରମ୍ଭ କରି ଆଲିଆଙ୍କ ପର୍ଯ୍ୟନ୍ତ ପୁରୁଣା ଫଟୋ ଶେୟାର କରିଛନ୍ତି। ବଲିଉଡ୍‌ରେ ନେପୋଟିଜମ କଥା ଉଠିବା ପରେ ଟୁଇଟରରେ ପାପା ହୈ ନା ଟ୍ରେଣ୍ଡ ହେବାରେ ଲାଗିଛି। ଯାହାକୁ ନେଇ ଜଣେ ୟୁସର ଏହି କୋଲାଜ ଶେୟାର କରିଥିଲେ ଏବେ କଙ୍ଗନା ଏହାକୁ ଶେୟାର କରିଛନ୍ତି।

Share