Categories: ଖେଳ

ସେମିଫାଇନାଲ ପୂର୍ବରୁ ଷ୍ଟାର ଖେଳାଳି ଆହତ, ଚିନ୍ତାରେ ଟିମ୍‌…

ମୁମ୍ବାଇ,୧୨।୧୧ : ବିଶ୍ୱକପ ୨୦୨୩ ପାଇଁ ଚାରୋଟି ସେମିଫାଇନାଲିଷ୍ଟ ଦଳ ନିଶ୍ଚିତ ହୋଇଛନ୍ତି। ଭାରତ, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ୧୬ ନଭେମ୍ବରରେ କୋଲକାତାରେ ଖେଳାଯିବ। ବର୍ତ୍ତମାନ ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଚିନ୍ତା ବୃଦ୍ଧି ପାଇଛି।

ଆଫଗାନିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ମ୍ୟାଚ ପରେ ତାଙ୍କ ଆଘାତ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ତାଙ୍କ ଗୋଡ ଫୁଲି ଯାଇଛି ଏବଂ ଭବିଷ୍ୟତରେ ଏହି ସମସ୍ୟା କିପରି ହେବ ତାହା ଚଣା ନାହିଁ। ଏଭଳି ପରିସ୍ଥିତିରେ ବାଭୁମା ସେମିଫାଇନାଲ ପୂର୍ବରୁ ଖେଳିବାକୁ ଫିଟ ହେବେ କି ନାହିଁ ତାହା ଉପରେ ସନ୍ଦେହ ରହିଛି। ଟୁର୍ନାମେଣ୍ଟ ଆରମ୍ଭରେ ମଧ୍ୟ ବାଭୁମା କିଛି ମ୍ୟାଚରେ ଖେଳି ନ ଥିଲେ। ତେଣୁ ଆଡେନ ମାର୍କ୍ରାମ ଦଳର ଅଧିନାୟକ ହୋଇଥିଲେ।

Share