ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍ଯାପିତହୋଇଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ ସମାଗମ ହୋଇଥିବା ବେଳେ ମାନସିକଧାରୀମାନେ ନିଜ ନିଜର ଶିଶୁମାନଙ୍କୁ ମୁଣ୍ଡନ କରାଇ ମା’ଙ୍କ ଆର୍ଶୀବାଦ ଲାଗି ଆସିଥିଲେ। ମାତ୍ର ଏହିସମୟରେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବିବୀରାଜ ହରିଚନ୍ଦନ,ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଯେନା,ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲୀକଙ୍କ ସମେତ ଜିଲାର ବହୁ ବିଧାୟକ ଦର୍ଶନଲାଗି ଆସିଥିଲେ। ହି ମନ୍ତ୍ରୀ,ବିଧାୟକଙ୍କ ଦର୍ଶନ ଓ ସୁରକ୍ଷା ଲାଗି ପୋଲିସ ପ୍ରଶାସନ ଲାଗିପଡି ଘଣ୍ଟା ଘଣ୍ଟା ଧରି ଠିଆହୋଇଥିବା ଭକ୍ତଙ୍କୁ ଅଟକାଇ ରଖିବା ସହ ବସ ଚଳାଚଳକୁ ମଧ୍ୟ ବନ୍ଦ କରିଦେଇଥିଲେ। ଫଳରେ କୋମଳମତି ଶିଶୁମାନେ ଖରାରେ ସିଝି ଯାଇଥିଲା ବେଳେ ଭକ୍ତମାନେମଧ୍ୟ କିଏ ଠିଆହୋଇ ତ ଆଉକେହି ଠିଆ ହେବାରେ ଅସମର୍ଥ ହୋଇ ତାତିଲା ରାସ୍ତା ଉପରେ ବସି ଖରାରେ ସିଝି ଥିଲେ। ଏହାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସମାଲୋଚନା ମଧ୍ୟ କରାଯାଇଥିଲା।


