ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନ ଷ୍ଟାରବକ୍ସ ସିଇଓ ନିଯୁକ୍ତ

ଲଣ୍ଡନ,୨।୯: ବିଶ୍ୱର ଅଗ୍ରଣୀ କଫି କମ୍ପାନୀ ଷ୍ଟାରବକ୍ସ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନଙ୍କୁ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ ନିଯୁକ୍ତ କରିଛି। ୫୫ ବର୍ଷୀୟ ନରସିଂହନ ଏପ୍ରିଲ ୧, ୨୦୨୩ରେ ସିଇଓ ପଦ ଗ୍ରହଣ କରିବେ। ଏହା ସହ ସେ ଷ୍ଟାରବକ୍ସର ପରିଚାଳନା ବୋର୍ଡର ସଦସ୍ୟ ହେବେ।
ଏହାପୂର୍ବରୁ ନରସିଂହନ ବ୍ୟବସାୟ ଜଗତରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେ ରେକିଟ, ଲାଇସୋଲ ଏବଂ ବେବି ଫର୍ମୁଲା ନିର୍ମାତା ଏନଫାମିଲ ସହ କାମ କରିଛନ୍ତି।

Share