Categories: ଖେଳ

ଲଗାତାର ୩.୪ ଓଭର ୧୪୨ କି.ମି.ରୁ ଅଧିକ ବେଗରେ ବୋଲିଂ କରିଥିଲେ ଷ୍ଟାର୍କ

ବ୍ରିସବେନ,୧୭।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ପକ୍ଷରୁ ନବାଗତ ଖେଳାଳି ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦୁଳ ଠାକୁରଙ୍କ ଯୋଡ଼ି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳିଙ୍କ ଉଇକେଟ ନେବା ଲାଗି ଖୁବ୍‌ ଗତିରେ ବୋଲିଂ କରିଥିଲେ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ। ଲଗାତାର ୩.୪ ଓଭରର ୧୪୫ କି.ମି.ରୁ ଅଧିକ ବେଗରେ ବୋଲିଂ କରିଥିଲେ ଏହି ବାମ ହାତୀ ବୋଲର। ଭାରତୀୟ ଦଳର ପ୍ରଥମ ଇନିଂସର ୯୧.୨ ଓଭରରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ୯୩, ୯୫ ଓ ୯୭ତମ ଓଭର ପର୍ଯ୍ୟନ୍ତ ଚାଲିଥିଲା। ଏହା ସତ୍ତ୍ୱେ ଷ୍ଟାର୍କଙ୍କୁ ଉଇକେଟ ନ ମିଳିବାରୁ ବୋଲିଂରେ ପରିବର୍ତ୍ତନ କରିଥିଲେ ଅଷ୍ଟ୍ରେଲିଆନ ଅଧିନାୟକ ଟିମ ପେନ। ଶେଷରେ ପାଟ କୁମିନ୍ସ ଅଷ୍ଟ୍ରେଲିଆକୁ ଆଣି ଦେଇଥିଲା ବହୁ ପ୍ରତିକ୍ଷୀତ ବ୍ରେକଥ୍ରୁ।

Share