ଭାରତରେ ଷ୍ଟାରଲିଙ୍କ୍‌

ଆମେରିକାର ଏରୋସ୍ପେସ୍‌ କମ୍ପାନୀ ସ୍ପେସ୍‌ଏକ୍ସ ଅଧୀନରେ ଥିବା ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବାର ଭାରତ ପ୍ରବେଶକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ, ସ୍ପେସ୍‌ଏକ୍ସର ମାଲିକ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିବିଶେଷ ଏଲନ୍‌ ମସ୍କ। ସେ ୨୦୨୦ରେ ପ୍ରଥମେ ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବା ଯୋଗାଇ ଦେଇଥିଲେ। ଏବେ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ଏହା ସେବା ଯୋଗାଉଛି। ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଶେଷ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଏହି ଜିତାପଟ ପଛରେ ଏଲନ୍‌ ମସ୍କଙ୍କର ଖୋଲାଖୋଲି ଆର୍ଥିକ ସାହାଯ୍ୟ ରହିଥିଲା। ତତ୍‌ସହିତ ମସ୍କଙ୍କ ଦ୍ୱାରା ପରିଚାଳିତ ଏକ୍ସ (ପୂର୍ବନାମ ଟୁଇଟର)କମ୍ପାନୀ ଟ୍ରମ୍ପଙ୍କୁ ଜନସାଧାରଣଙ୍କ ନିକଟତର କରିବାରେ ସକ୍ରିୟ ସାହାଯ୍ୟ କରିଥିଲା। ଜିତିବା ପରେ ଟ୍ରମ୍ପ୍‌ ଏବେ ଏଲନ୍‌ ମସ୍କଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦାୟିତ୍ୱ ଦେଇଛନ୍ତି।
କୁହାଯାଉଛି, ଷ୍ଟାରଲିଙ୍କ୍‌ ଭାରତରେ ସମସ୍ତଙ୍କୁ ଦ୍ରୁତଗତିର ଇଣ୍ଟରନେଟ ସେବା ଯୋଗାଇଦେବ, ବିଶେଷକରି ଗ୍ରାମାଞ୍ଚଳରେ ଡିଜିଟାଲ କ୍ଷେତ୍ରରେ ଉପୁଜୁଥିବା ବାଧା ଦୂର ହେବ ଏବଂ ଲୋକେ ସହଜରେ ଇଣ୍ଟରନେଟ ସୁବିଧା ପାଇପାରିବେ। ଗତମାସରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟ ଷ୍ଟାରଲିଙ୍କ୍‌ର ପ୍ରବେଶ ସମ୍ଭାବନାକୁ ଉଜାଗର କରିଛି। ଜ୍ୟୋତିରାଦିତ୍ୟ କହିଥିଲେ, ସରକାର ସାଟେଲାଇଟ୍‌ ସ୍ପେକ୍ଟ୍ରମ ଆବଣ୍ଟନ କ୍ଷେତ୍ରରେ ପାରମ୍ପରିକ ନିଲାମ ପରିବର୍ତ୍ତେ ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ବଡ଼ କଥା ହେଉଛି, ସିନ୍ଧିଆଙ୍କ ମନ୍ତବ୍ୟକୁ ପ୍ରଶଂସା କରି ଷ୍ଟାରଲିଙ୍କ୍‌ ମାଲିକ ଏଲନ୍‌ ମସ୍କ ଏକ୍ସରେ ତାଙ୍କ ପ୍ରତିକ୍ରିୟା ରଖିଥିଲେ। ଭାରତରେ ଷ୍ଟାରଲିଙ୍କ୍‌ ଉତ୍ତମ ସେବା ଯୋଗାଇଦେବ ଏବଂ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେ ଉତ୍ସୁକ ବୋଲି କହିଥିଲେ। ବାସ୍ତବରେ ମସ୍କଙ୍କ ଏହି ପୋଷ୍ଟିଂ ପରେ ଭାରତରେ ଷ୍ଟାରଲିଙ୍କ୍‌ ପ୍ରବେଶର ସଙ୍କେତ ମିଳିଛି। ତେବେ ଷ୍ଟାରଲିଙ୍କ୍‌ କେଉଁ ପ୍ରକାର ସେବା ଯୋଗାଇବ ତାହା ବୁଝିବା ଦରକାର। ପ୍ରକୃତରେ ଷ୍ଟାରଲିଙ୍କ୍‌ ନାମକରଣ ଦି ଫଲ୍ଟ ଅଫ ଆଓ୍ବାର ଷ୍ଟାରସ୍‌ ଉପନ୍ୟାସରୁ ଉଦ୍ଧୃତ କରାଯାଇଛି। ଏହି ଦ୍ରୁତ ଇଣ୍ଟରନେଟ ସେବା କେବଲ ଆଧାରିତ ନୁହେଁ। ଏହା ଅତି ଦୁର୍ଗମ ଅଞ୍ଚଳ ସମେତ ସବୁ ଅଞ୍ଚଳକୁ ପୃଥିବୀପୃଷ୍ଠରୁ ୨୦୦୦ କିଲୋମିଟର ତଳେ ଥିବା ମହାକାଶ ସ୍ତର(ଲୋଅର୍ବିଟ)ରୁ ତା’ ନିଜସ୍ବ ସାଟେଲାଇଟ୍‌ରୁ ସେବା ଯୋଗାଇ ଦିଏ। ୬,୪୨୬ଟି ସାଟେଲାଇଟ୍‌ ଯୋଗେ ରେଡିଓ ସିଗ୍‌ନାଲ ମାଧ୍ୟମରେ ସିଧାସଳଖ ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଉଛି। ଏବେ ଷ୍ଟାରଲିଙ୍କ୍‌ ଇଣ୍ଟରନେଟ ସେବାର ଭାରତ ପ୍ରବେଶକୁ ରିଲାଏନ୍ସ ଜିଓ ମାଲିକ ମୁକେଶ ଅମ୍ବାନୀ ବିରୋଧ କରିଛନ୍ତି। ଏହାର ସମ୍ଭାବ୍ୟ ପ୍ରବେଶ ଉପରେ ସମୀକ୍ଷା କରିବାକୁ ଟେଲ୍‌କମ ରେଗୁଲେଟରକୁ ସେ ଜଣାଇ ସ୍ପେକ୍ଟ୍ରମ ନିଲାମ ପାଇଁ ଦାବି କରିଛନ୍ତି। ଏହା ବ୍ୟତୀତ ରିଲାଏନ୍ସ ଜିଓ ତାହାର ବ୍ୟବହାର କାରୀଙ୍କୁ ଯେତିକି ଡେଟା ଯୋଗାଉଛି ଷ୍ଟାରଲାଇନ୍‌ ତାହାଠାରୁ ବହୁତ କମ୍‌ ଯୋଗାଇବ ବୋଲି ରିଲାଏନ୍ସ ଦାବି କରିଛି। ସମାନ୍ତରାଳ ଭାବେ ଏହାର ସମ୍ଭାବ୍ୟ ପ୍ରବେଶକୁ ନେଇ ଭାରତର ଦିଲ୍ଲୀସ୍ଥିତ କୂଟନୀତି ଫାଉଣ୍ଡେଶନ ବିରୋଧ କରିଛି। ଏହା ରିପୋର୍ଟରେ ଦର୍ଶାଇଛି ଯେ, ଷ୍ଟାରଲିଙ୍କ୍‌ ଇଣ୍ଟରନେଟ୍‌ ସେବାକୁ ଭାରତରେ ଅନୁମତି ମିଳିଲେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ଆମେରିକାର ଗୋଇନ୍ଦା ଓ ମିଲିଟାରୀ ସଂସ୍ଥାଗୁଡ଼ିକ ସହିତ ଷ୍ଟାରଲିଙ୍କ୍‌ର ଘନିଷ୍ଠ ସମ୍ପର୍କ ରହିଥିବାରୁ ଭାରତର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ନଜର ରଖିବା ସହଜ ହୋଇଯିବ। ଅନ୍ୟପଟେ ଆଜିର ପୃଥିବୀରେ ସବୁ ଦେଶର ସବୁ ପ୍ରକାର ଭିତ୍ତିଭୂମି ଉପରେ ସାଟେଲାଇଟ୍‌ ମାଧ୍ୟମରେ ଦୃଷ୍ଟି ରଖି ହେଉଛି। ଷ୍ଟାରଲିଙ୍କ୍‌ ସେବା ଭାରତରେ ପ୍ରବେଶ କଲେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି ଯାହା କୁହାଯାଉଛି ତାହା ତ୍ରୁଟିପୂର୍ଣ୍ଣ। ଏଭଳି ଦାବି ପଛରେ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି ବୋଲି କହିହେବ।
ଅନ୍ୟ ଏକ ଦିଗରୁ ବିଚାର କଲେ ଷ୍ଟାରଲିଙ୍କ୍‌ ପ୍ରବେଶ ପାଇଁ ବାଟ ସଫା କରିବାର ପ୍ରୟାସ ଡିଜିଟାଲ ଇଣ୍ଡିଆ ଯୋଜନାର ଦୁର୍ବଳତାକୁ ପଦାରେ ପକାଉଛି। ଭାରତରେ ୧ ଜୁଲାଇ ୨୦୧୫ରୁ ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଅକ୍ଟୋବର ୨୦୨୪ ସୁଦ୍ଧା ଭାରତର ଅଫ୍‌ଲାଇନ ଜନସଂଖ୍ୟା ବିଶ୍ୱର ସବଠୁ ଅଧିକ। ୬୫ କୋଟି ଲୋକ ଇଣ୍ଟରନେଟ୍‌ରୁ ବଞ୍ଚିତ ବୋଲି ଜର୍ମାନୀର ଅନ୍‌ଲାଇନ ପ୍ଲାଟଫର୍ମ ଷ୍ଟାଟିଷ୍ଟାର ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ବ୍ୟତୀତ ଡିଜିଟାଇଜେଶନ କ୍ଷେତ୍ରରେ ଭାରତରେ ନାଗରିକ ତଥା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦିଆଯାଇପାରୁନାହିଁ। ଆଧାରଠାରୁ ଆରମ୍ଭ କରି ପାନ୍‌କାର୍ଡକୁ ବ୍ୟାଙ୍କ ଓ ଅନ୍ୟାନ୍ୟ ସେବା ସହ ଯୋଡ଼ିବା ଫଳରେ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀଙ୍କ ହାତରେ ପଡ଼ିଗଲାଣି। ସେମାନେ ବ୍ୟାଙ୍କ ଖାତାରୁ ଜମାକାରୀଙ୍କ ଟଙ୍କା ଲୁଟିନେବା ସହ ବ୍ୟବସାୟିକ କାର୍ଯ୍ୟରେ ବାଧାସୃଷ୍ଟି କରୁଛନ୍ତି। ଏପରି କି ଡାର୍କ ଓ୍ବେବ ହାତରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଘୂରିବୁଲୁଛି। ଏହି ଅପରାଧକୁ ସରକାର ନିୟନ୍ତ୍ରଣ କରିପାରୁନାହାନ୍ତି କି ଅପରାଧର ଗମ୍ଭୀରତା ଅନୁଯାୟୀ ସାଇବର ପୋଲିସର ପ୍ରଯୁକ୍ତିଗତ ଦକ୍ଷତା ନାହିଁ। ଭାରତର ଡିଜିଟାଲ ସ୍ଥିତି ଅତ୍ୟନ୍ତ ଦୁର୍ବଳ ବୋଲି ସମସ୍ତେ ବୁଝୁଛନ୍ତି। ତଥାପି ଏହି ଦେଶର ଜନସାଧାରଣ ଅନ୍ତରଙ୍ଗ ତଥ୍ୟର ମୂଲ୍ୟ ବୁଝିପାରୁନାହାନ୍ତି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଳ୍ପ ପରିମାଣରେ କିନ୍ତୁ ଲଗାତର ଭାବେ ଅର୍ଥ ଚୋରି ହେଉଥିଲେ ମଧ୍ୟ ଭାରତୀୟମାନେ ବୁଝିବାରେ ଅକ୍ଷମ। ତେଣୁ ସବୁ ଦୋଷ ଦୁର୍ବଳତା ସତ୍ତ୍ୱେ ସରକାର ବାହାସ୍ଫୋଟ ମାରି ଆଗେଇ ଯାଇପାରୁଛନ୍ତି। କାରଣ ସାଧାରଣ ଲୋକ ସମ୍ପୂର୍ଣ୍ଣ ଭାବେ ଅନଭିଜ୍ଞ ଓ ଅନ୍ଧାରରେ ରହୁଛନ୍ତି। ଷ୍ଟାରଲିଙ୍କ୍‌ର ପ୍ରବେଶ ଭାରତକୁ ବିପଦରେ ପକାଇବା ପରିବର୍ତ୍ତେ କେତେକ ବଡ଼ ବ୍ୟବସାୟୀଙ୍କ ଏକଚାଟିଆ ନୀତିରେ ଅସୁବିଧା ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା...

ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ...

ନାରୀ ସଶକ୍ତୀକରଣ ଓ ଗୋଷ୍ଠୀ ଗଠନ

ଆନ୍ତର୍ଜାତିକ ଖାତିସମ୍ପନ୍ନ ବ୍ୟାଖ୍ୟାକାର ‘ଜାକେବ୍‌ ଜର୍ଜ ହିଲିଓକ’ଙ୍କ ଭାଷାରେ ସମବାୟ ହେଉଛି ଏକ ସ୍ବେଚ୍ଛାକୃତ ସମ୍ମେଳନ, ଯହିଁରେ ସମସ୍ତଙ୍କ ସହଭାଗୀ, ଯୋଗଦାନ ଓ କର୍ତ୍ତୃତ୍ୱ ମଧ୍ୟରେ...

ଏଇ ଭାରତରେ

ମାମଲାଗୁଡ଼ିକର ଆପୋସ ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସାଜିଛି ଲିଗାଲ ଷ୍ଟାର୍ଟଅପ ‘ସମ’। ପ୍ରଞ୍ଜଳ ସିହ୍ନା, ଅକ୍ଷତ ଅଶୋକ ଏବଂ ବିକ୍ରମ କୁମାର ଏହି ଷ୍ଟାର୍ଟଅପ...

ଭାରତୀୟ ସାମୁଦ୍ରିକ ଶକ୍ତିର ଉତ୍ଥାନ

ର ଅବିଶ୍ୱାସୀ ତଥା ବିସ୍ତାରବାଦୀ ଚାଇନା ଧୀରେ ଧୀରେ ଭାରତ ମହାସାଗରରେ ତା’ର ଦବ୍‌ଦବା ବଢ଼ାଇବାରେ ଅବିରତ ପ୍ରୟାସରତ। ଦେଖୁନାହାନ୍ତି, ଚାଇନା ଭାରତର ଉତ୍ତରପଶ୍ଚିମ ଦିଗରେ...

ଶିକ୍ଷକଙ୍କ ପରିବର୍ତ୍ତିତ ଭୂମିକା

ଯୁଗେ ଯୁଗେ ଗୁରୁ ବା ଶିକ୍ଷକସମାଜ ହିଁ ସମାଜ ପରିବର୍ତ୍ତନର ଦଧୀଚି ଓ ବିଶ୍ୱକର୍ମା। ଶିକ୍ଷକସମାଜ ବିନା ଅନ୍ୟ କୌଣସି ସମାଜ ବୈଚାରିକ ପରିବର୍ତ୍ତନର ମଙ୍ଗ...

ମାନଚିତ୍ର ବଦଳିଯାଇପାରେ

ଭାରତକୁ ବିଶ୍ୱସ୍ତରରେ ଅନ୍ୟତମ କ୍ଷମତାଶାଳୀ ଦେଶ ଭାବେ ଏଠାକାର ରାଷ୍ଟ୍ରୀୟ ନେତାମାନେ ପ୍ରଦର୍ଶନ କରିଚାଲିଛନ୍ତି। ବିଭିନ୍ନ ମଞ୍ଚରେ ଭାରତର ଉତ୍ଥାନ ବିଷୟରେ ଅନେକ ନେରେଟିଭ୍‌ ବା...

ତାରାର ମୃତ୍ୟୁରେ ଆମର ଜୀବନ

ଖ୍ୟାତ କବି ୱାଲ୍ଟ ୱିଟ୍‌ମ୍ୟାନ ତାଙ୍କ କବିତା ‘ଲିଭ୍ସ ଅଫ୍‌ ଗ୍ରାସ’ରେ କହିଥିଲେ, ”ମୁଁ ବିଶ୍ୱାସକରେ ଯେ ଗୋଟିଏ ଘାସପତ୍ରରେ ମଧ୍ୟ ତାରାମାନଙ୍କର ଜୀବନଚକ୍ରର ପ୍ରଭାବ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri