ହସ୍ତତନ୍ତ ପୋଷାକରେ ଚମକିଲେ ତାରକା

ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଓଡ଼ିଶା ଫ୍ୟାଶନ୍‌ ଓ୍ବିକ୍‌ ଏବଂ ଆଇଟିଆଇ ଭୁବନେଶ୍ୱର ପକ୍ଷରୁ ଏଲ୍‌ସିଜେ ସିଲ୍‌ଭର ସହଯୋଗରେ ପ୍ରଥମଥର ପାଇଁ ଏକ ସ୍ବତନ୍ତ୍ର ଫ୍ୟାଶନ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀ ଦେବଯାନୀ ଦେଘୁରିଆ, ଅନିଶା ଶର୍ମା, ଅଭିନେତା ଶୁଭାଶିଷ ଶର୍ମା, ଭିୟୋନା, ସ୍ମୃତିରେଖା ଖୁଣ୍ଟିଆ, କୁମୁଦୁନୀ ପୂର୍ତ୍ତି ଏବଂ ମାସୁଦ୍‌ ଖାନ୍‌ ପ୍ରମୁଖ ଓଡ଼ିଶା ହସ୍ତତନ୍ତ ପରିଧାନ କରି ପ୍ରଦର୍ଶନ କରିଥିଲେ। ପଦ୍ମିନୀ ପଟ୍ଟନାୟକ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ରହିଥିଲେ। ଫ୍ୟାଶନ୍‌ ଡିଜାଇନର ସବ୍ୟସାଚୀ ଶତପଥୀ ଏପରି ଆୟୋଜନକୁ ପ୍ରଶଂସା କରିଥିଲେ। ଫ୍ୟାଶନ କୋରିଓଗ୍ରାଫର ପ୍ରଶାନ୍ତ ଦାସ କାର୍ଯ୍ୟକ୍ରମର କୋରିଓଗ୍ରାଫି କରିଥିବାବେଳେ ଶତାବ୍ଦୀ ସୂର୍ଯ୍ୟସ୍ନାତା ଉପସ୍ଥାପନା କରିଥିଲେ। ଓଡ଼ିଶା ଫ୍ୟାଶନ୍‌ ଓ୍ବିକ୍‌ର ପ୍ରତିଷ୍ଠାତା ରାଜେଶ ରଞ୍ଜନ ମହାନ୍ତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share