Categories: ଖେଳ

ମ୍ୟାଚ ଆରମ୍ଭରୁ ବର୍ଷା

ବେଙ୍ଗାଲୁରୁ,୧୯।୬: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ କେଶବ ମହାରାଜ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ହେଲେ ମ୍ୟାଚ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବର୍ଷା ହୋଇଛି। ଫଳରେ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେବ ବୋଲି ଅଫିସିଆଲ ସୂତ୍ରରୁ ଜଣାପଡିଛି।

ଅନ୍ୟପକ୍ଷେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଭାରତ କ୍ରମାଗତ ୨ଟି ମ୍ୟାଚ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିଛି। ଏଭଳି ସ୍ଥିତିରେ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ ଉଭୟ ଦଳ ପାଇ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।

 

Share