ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର

ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର ଭାଇରାଲ ହୋଇଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କଣ୍ଟ୍ରାକ୍ଟ ପେପରରେ କର୍ମଚାରୀଙ୍କକୁ କମ୍ପାନୀର ସିଇଓଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଚୁକ୍ତି କରାଯାଇଛି। ଅର୍ଥାତ୍‌ ସିଇଓ ଯେତେବେଳେ ଚାହିଁବେ କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ। ଏଥିପାଇଁ କର୍ମଚାରୀଙ୍କୁ ଯେକୌଣସି ସମୟରେ ସିଇଓଙ୍କ ପାଖରେ ଉପସ୍ଥିତ ରହିବାକୁ ପଡିବ।
ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକା ସାନ ଫ୍ରାନସିସ୍କୋର ଏକ ସଫ୍ଟଓ୍ବେୟାର କମ୍ପାନୀ ଟ୍ରେଡସିଫ୍ଟ। କମ୍ପାନୀର ସହ ପ୍ରତିଷ୍ଠାତା ଖ୍ରୀଷ୍ଟିୟାନ-ଲାଙ୍ଗ ଜଣେ ମହିଳା କର୍ମଚାରୀଙ୍କୁ ସେକ୍ସ-ସ୍ଲେଭ ରଖିବା ନେଇ ଚୁକ୍ତି ସ୍ବାକ୍ଷର କରେଇଛନ୍ତି। ଯାହାକୁ ନେଇ ମହିଳାଜଣକ ଲାଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ମହିଳାଜଣକ କହିଛନ୍ତି, ଲାଙ୍ଗ ତାଙ୍କୁ ସହକାରୀ କାର୍ଯ୍ୟପାଳିକା ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ହେବାର କିଛିମାସ ପରେ ତାଙ୍କୁ ଏକ କଣ୍ଟ୍ରାକ୍ଟ ପେପରରେ ସ୍ବାକ୍ଷର କରିବା ପାଇଁ କୁହାଯାଇଥିଲା। ଯେଉଁଥିରେ ‘୫୦ସେଡସ୍‌ ଅଫ୍‌ ଗ୍ରେ’ ବିଷୟରେ ଉଲ୍ଲେଖ ଥିଲା। ଏହାନୁସାରେ ମହିଳାଙ୍କୁ ମାଲିକକଙ୍କ ଆବଶ୍ୟକତାନୁସାରେ ସବୁବେଳେ ଉପସ୍ଥିତ ରହିବାକୁ ପଡିବ ବୋଲି ଚୁକ୍ତି ରଖାଯାଇଥିଲା। ଏଥିସହ ନିଜ ଶରୀରର ଓଜନକୁ ୫୮ରୁ ୭୦କିଲୋ ପର୍ଯ୍ୟନ୍ତ ସୀମିତ ରଖିବାକୁ ପଡିବ। ଚାକିରୀ ଚାଲିଯିବା ଭୟରେ ମହିଳାଜଣକ କିଛି କହି ପାରୁ ନ ଥିଲେ। ତେଣୁ ଲାଙ୍ଗ ତାଙ୍କୁ ବର୍ଷେ ଧରି ମାନସିକ ଓ ଶାରୀରିକ ଭାବେ ନିର୍ଯ୍ୟାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Share