Categories: ବାଣିଜ୍ୟ

୧୫.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି ଷ୍ଟାର୍ଟଅପ୍‌ କମ୍ପାନୀ

ଭୁବନେଶ୍ୱର, ୩୦।୭(ଅନୁରାଧା ମହାରଣା): ଗତ କିଛି ବର୍ଷ ଧରି ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଯୁବପିଢ଼ି ମନୋନିବେଶ କରୁଛନ୍ତି। ଏହାଦ୍ୱାରା ସେମାନେ ନିଜକୁ ରୋଜଗାରକ୍ଷମ କରିବ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ମଧ୍ୟ କରିପାରୁଛନ୍ତି। ଏହାଦ୍ୱାରା ଅନେକ ଶିକ୍ଷିତ ଯୁବକଯୁବତୀ ବେକାରୀ ସମସ୍ୟାରୁ ରକ୍ଷା ପାଇପାରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାପ୍ତ ଏକ ସୂଚନାନସାରେ ସୋମବାର କହିଛନ୍ତି ଯେ ଦେଶର ଷ୍ଟାର୍ଟଅପ ଯେଉଁମାନେ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ କମ୍ପାନୀ ୧୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି।

ଗତ ଦଶନ୍ଧି ମଧ୍ୟରେ ଦେଶରେ ଷ୍ଟାର୍ଟଅପ ସଂସ୍କୃତି ବୃଦ୍ଧି ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବାବେଳେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଶିଳ୍ପ ଏବଂ ବାଣିଜ୍ୟ ବିଭାଗ ଦ୍ୱାରା ୧,୪୦,୮୦୩ ଷ୍ଟାର୍ଟଅପ ଚିହ୍ନଟ କରାଯାଇଛି। କେନ୍ଦ୍ରୀୟ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଉତ୍ପାଦନ କାର୍ଯ୍ୟକ୍ରମ (ପିଏମଇଜିପି) କାର୍ଯ୍ୟକାରୀ କରିଛି। ଏହା ଅଧୀନରେ, ଅଣ କୃଷି କ୍ଷେତ୍ରରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବାରେ ଶିଳ୍ପପତିମାନଙ୍କୁ ସାହାଯ୍ୟ କରିବା ଲକ୍ଷ ରହିଛି। ପାରମ୍ପାରିକ କାରିଗର ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ସମ୍ଭବ ହେଉଛି।

ଏହି ଯୋଜନା ଆରମ୍ଭ ହେବା ପରଠାରୁ ୯.୬୯ ଲକ୍ଷ ମାଇକ୍ରୋ ଉଦ୍ୟୋଗକୁ ୨୫,୫୦୦ କୋଟି ଟଙ୍କା ମୂଲ୍ୟର ସବସିଡି ପ୍ରଦାନ କରାଯାଇଛି ଏବଂ ସେମାନେ ୭୯ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଯୋଗାଇ ଦେଇଛନ୍ତି। ଆସନ୍ତା ୨ ଆର୍ଥିକ ବର୍ଷରେ (୨୦୨୪-୨୫ ଏବଂ ୨୦୨୫-୨୬) ୧.୬ ଲକ୍ଷ ନୂତନ ଉଦ୍ୟୋଗ ସ୍ଥାପନ କରିବାକୁ ମନ୍ତ୍ରଣାଳୟ ଯୋଜନା କରିଛି। ଏହା ୧୨.୮ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବାର ସମ୍ଭାବନା ଅଛି। ସୂଚନା ଥାଉକି, ୨୦୨୪-୨୫ ସାଧାରଣ ବଜେଟରେ ସରକାର ଏଞ୍ଜେଲ ଟ୍ୟାକ୍ସ ପ୍ରତ୍ୟାହାର କରିଛନ୍ତି । ଏହଦ୍ୱାରା ଷ୍ଟାର୍ଟଅପରେ ବିଦେଶୀ ପାଣ୍ଠି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share