ଭୁବନେଶ୍ୱର,୧୩।୧୨(ବ୍ୟୁରୋ): କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ ନୀତି। ଉଭୟ ଯୁକ୍ତ ତିନି ଓ ପିଜିରେ ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏ ନେଇ ମଙ୍ଗଳବାର ଲୋକସେବା ଭାବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ବୈଠକ ବସିଥିଲା। ବୈଠକରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗବେଷଣାର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରାଯାଇଥିଲା। ଯେଉଁଥିରେ ଷ୍ଟାର୍ଟଅପ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍କାର ରାୟ, ଫ୍ରଷ୍ଟ ଏବଂ ସୁଲିଭାନର ଏକଜିକ୍ୟୁଟିଭ୍ ବୋର୍ଡ ଅଧ୍ୟକ୍ଷ ସଦସ୍ୟ ଡ. ସୁଧାଂଶୁ ଦାସ ଏ ଦିଗରେ ସରକାରଙ୍କୁ ସହଯୋଗ ଯୋଗାଇବା ଦେବା ସହ ପରବର୍ତ୍ତୀ ଆଲୋଚନା ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ,ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ଥିଲେ।