Categories: ଜାତୀୟ

ଏସ୍‌ବିଆଇର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ମୁମ୍ବାଇ,୧୫।୧୦: ଭାରତର ସବୁଠୁ ଲୋକପ୍ରିୟ ବ୍ୟାଙ୍କ ଭାବେ ପରିଚିତ ମୁମ୍ବାଇସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇଟି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। ଟେଲିଫୋନ୍‌ କରୁଥିବା ବ୍ୟକ୍ତି ଜଣକ ପାକିସ୍ତାନର ବୋଲି କହୁଥିବାବେଳେ ତାଙ୍କ ଋଣ ମଞ୍ଜୁର ନ ହେଲେ ଏସ୍‌ବିଆଇ ଅଧ୍ୟକ୍ଷଙ୍କୁ ଅପହରଣ ସହ ହତ୍ୟା ଧମକ ଦେଇଛନ୍ତି। ଏଥିସହିତ ଦକ୍ଷିଣ ମୁମ୍ବାଇରେ ଥିବା ଏସ୍‌ବିଆଇ ବିଲ୍ଡିଂକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଅଭିଯୋଗ ପରେ ମେରାଇନ୍‌ ଡ୍ରାଇଭ୍‌ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share