ଲକର ଖୋଲି ନ ପାରି ଲୁଟିନେଲେ ୫ କଏନ ବସ୍ତା

ବସ୍ତା, ୨୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ମୁକୁଳିସିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶନିବାର ରାତିରେ ଡକାୟତି ହୋଇଥିବା ଜଣାପଡିଛି। ରବିବାର ଛୁଟି ଥିବାରୁ ଏହା ଜଣାପଡି ନ ଥିଲା। ସୋମବାର ବ୍ୟାଙ୍କ କର୍ତ୍ତୃପକ୍ଷ ଆସିବା ପରେ ଘଟଣା ବିଷୟରେ ଜଣାପଡିଥିଲା। ଦୁର୍ବୃତ୍ତମାନେ ଲକର ଖୋଲି ନ ପାରି ପାଖରେ ଥିବା ୫ଟି କଏନ ବସ୍ତା ନେଇଯାଇଥିବା ଜଣାପଡିଛି। ଏହି ବସ୍ତାରେ ୫ଟଙ୍କିଆ ଏବଂ ୧୦ଟଙ୍କିଆ କଏନ ଥିଲା। ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି।
ଶନିବାର ବ୍ୟାଙ୍କରୁ କାମ ସାରି କର୍ମଚାରୀମାନେ ଚାଲିଯିବା ପରେ ଦୁର୍ବୃତ୍ତମାନେ ପଛ ଗେଟ ଭାଙ୍ଗି ପଶିଥିଲେ। ସେମାନେ ପ୍ରଥମେ ସିସିଟିଭି ତାରକୁ କାଟି ଦେଇଥିବା ଫୁଟେଜରୁ ଜଣାପଡିଛି ା ସୋମବାର ବ୍ୟାଙ୍କ ଖୋଲିବା କ୍ଷଣି ଏହା ଜଣାପଡିବା ପରେ ତୁରନ୍ତ ବସ୍ତା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ତଦନ୍ତ ପରେ ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି।

Share