ଭୁବନେଶ୍ୱର,୨୨।୮(ବ୍ୟୁରୋ): ଏସ୍ଆରସି ପ୍ରଦୀପ କୁମାର ଜେନାଙ୍କୁ ଭେଟିଲା ରାଜ୍ୟ ଭାଜପା। ପୁରୀ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ସୋମବାର ଏସ୍ଆରସିଙ୍କୁ ଭେଟି ଭାଜପା ବନ୍ୟା ବିଷୟରେ ଆଲୋଚନା କରିଛି। ଏପରିକି କଣାସ ବ୍ଲକ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ରାଜ୍ୟ ଭାଜପା ଦାବି କରିଥିବା ଜଣାପଡିଛି। ଏହାସହ ବ୍ଲକ୍ରେ ମାସକ ପର୍ଯ୍ୟନ୍ତ ରିଲିଫ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଭାଜପା କହିଛି।