ରାଜ୍ୟ ବଜେଟ୍‌ : ଜାଣନ୍ତୁ କେଉଁ ବିଭାଗକୁ କେତେ

ଭୁବନେଶ୍ୱ,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏଥିରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରାଯାଇଛି। ସ୍ବାସ୍ଥ୍ୟ ପାଇଁ ୧୬,୦୪୮ କୋଟି ଅନୁମୋଦିତ ହୋଇଥିବା ବେଳେ ପାଇପ୍‌ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, କୃଷିକୁ ୨୪, ୮୨୯ କୋଟି, ରାସ୍ତା, ବ୍ରିଜ୍‌ ଓ ଏୟାରପୋର୍ଟ ବିକାଶ ପାଇଁ ୧୯,୪୫୨ କୋଟି, ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟି, ମିଶନ ଶକ୍ତି, ମହିଳା ଓ ଶିଶୁକଲ୍ୟାଣ ପାଇଁ ୬,୨୨୪ କୋଟି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୩୫୮ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି ଅନୁମୋଦିତ ହୋଇଛି।
ତେବେ ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି, ଏସ୍‌ସି/ଏସ୍‌ଟି କଲ୍ୟାଣ ପାଇଁ ୩୮, ୪୩୭ କୋଟି, ପର୍ଯ୍ୟଟନ ପାଇଁ ୬୮୦ କୋଟି, କ୍ରୀଡ଼ା ପାଇଁ ୧୨୧୭ କୋଟି, ଇ-ଆଇଟି ପାଇଁ ୩୫୬ କୋଟି, ହସ୍ତତନ୍ତ ବୟନ ଶିଳ୍ପ ପାଇଁ ୨୧୯ କୋଟି ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୮୧୩୦ କୋଟି ଅନୁମୋଦିତ ହୋଇଛି।

Share