ଷ୍ଟଲ୍‌ଓ୍ବାର୍ଟକୁ ଷ୍ଟେଟ୍‌ ବିଜ୍‌ନେସ୍‌ ଆୱାର୍ଡ

ଭୁବନେଶ୍ୱର,୩୦।୭: ରାଜ୍ୟର ପ୍ରମୁଖ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଷ୍ଟଲ୍‌ଓ୍ବାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌(ଏସ୍‌ପିପିଏଲ୍‌)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ନିର୍ବାଣ ଫାଉଣ୍ଡେଶନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଷ୍ଟେଟ୍‌ ବିଜ୍‌ନେସ୍‌ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ଷ୍ଟଲ୍‌ଓ୍ବାର୍ଟ ଓ ଏସ୍‌ପିପିଏଲ୍‌ର ଏମ୍‌ଡି ଶରତ ସାହୁଙ୍କୁ ‘ଷ୍ଟେଟ୍‌ ବିଜ୍‌ନେସ୍‌ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ନିର୍ବାଣ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ନିକଟରେ ଆୟୋଜନ କରାଯାଇଥିବା ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ଉକ୍ତ ସମ୍ମାନ ଷ୍ଟଲ୍‌ଓ୍ବାର୍ଟ ଓ ଏସ୍‌ପିପିଏଲ୍‌ର ଏମ୍‌ଡି ସାହୁଙ୍କୁ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସିଓଓ ଆଲୋକ ଶ୍ରୀବାସ୍ତବ ଏବଂ ସେଞ୍ଚୁରିଆନ ୟୁନିଭର୍ସିଟି ସ୍କୁଲ ଅଫ୍‌ ମ୍ୟାରିଟାଇମ ଷ୍ଟଡିଜର ଉପାଧ୍ୟକ୍ଷ କ୍ୟାପ୍‌ଟେନ ରାଜେନ୍ଦ୍ର ନାରାୟଣ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏପରିକି ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ରାଜ୍ୟର ୩୦ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଷ୍ଟେଟ୍‌ ବିଜ୍‌ନେସ୍‌ ଆୱାର୍ଡ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଟ୍ରଷ୍ଟର ମୁଖ୍ୟ ଭରତ ପ୍ରଧାନ ସ୍ବାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ପରିଶେଷରେ ଟ୍ରଷ୍ଟ ପକ୍ଷରୁ ଅସହାୟ ଶିଶୁମାନଙ୍କୁ ମାଗଣାରେ ବହି, ଖାତା ଓ ପେନ୍‌ ଆଦି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ଦେଲେ ଖୋଲା ବୟାନ, କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ ଥିବା ବଜେଡିର ବରିଷ୍ଠ...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୧୦: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି...

‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି...

ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ, ଏବେ ପଦ୍ମନାଭ କହିଲେ କାହିଁକି…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri