ଆସନ୍ତା କାଲି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୮ା୧୨(ବ୍ୟୁରୋ)- ବୁଧବାର ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିବ ମୋହର। ତେବେ ବୈଠକର ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି। ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ଚିଠା ଆଇନକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବା ସମ୍ଭାନା ରହିଛି। ଏଥିସହିତ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ, ଇସ୍ପାତ ଓ ଖଣି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆଦି ବିଭାଗର ୭ରୁ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ମନ୍ତ୍ରୀମାନେ ନିଜ ଜିଲାରୁ ଓ ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରୁ ଯୋଗ ଦେବେ।

Share