ରାଜ୍ୟ କ୍ୟାବିନେଟ ୩ ପ୍ରସ୍ତାବକୁ ମୋହର: ଝିଅଙ୍କୁ ମିଳିବ…

ଭୁବନେଶ୍ୱର,୧୨।୯: ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।

ଓଡ଼ିଶା ବେସାମରିକ ସେବା ନିୟମାବଳୀ ସଂଶୋଧନ ଅନୁସାରେ ସରକାରୀ ମା’ବାପାଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ନିର୍ଭରଶୀଳ ଥିବା ବିବାହିତା ଝିଅ/ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ଅବିବାହିତା/ସାବତ ଝିଅଙ୍କୁ ଚାକିରି ମିଳୁଥିଲା । ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ଗୋପାଳପୁର ବନ୍ଦରର ୯୫% ଆଦାନି ଗ୍ରୁପକୁ ଯିବ। ବନ୍ଦରର ବିକାଶ ଓ ସଂପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ।

Share