ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଖୁସି ଖବର, ଏଣିକି ମିଳିବ…

ଭୁବନେଶ୍ୱର, ୧୬।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ ଅନୁମୋଦନ ମିଳିଛି । ଏଣିକି ବୁଣାକାର ୨ହଜାରରୁ ଅଢ଼େଇ ହଜାର ସହାୟତା ପାଇବେ।
ସେହିପରି ଏସ୍‌ଏଚ୍‌ଜି ମହିଳାଙ୍କୁ ୧ହଜାର ଟଙ୍କା ଲେଖାଏ ୟୁନିଫର୍ମ ସହାୟତା ମିଳିବ । ୭୦ଲକ୍ଷ ମହିଳା ହଜାରେ ଟଙ୍କା ଲେଖାଏ ପାଇବେ । ଏକଜିକ୍ୟୁଟିଭ ମେମ୍ବରଙ୍କୁ ବ୍ଲେଜର ପାଇଁ ଆଉ ୨ହଜାର ଟଙ୍କା ମିଳିବ । ସେହିପରି ନୂଆ-ଓ ସ୍କଲାରସିପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଛାତ୍ରୀମାନଙ୍କୁ ୧୦ହଜାର ଓ ଛାତ୍ରଙ୍କୁ ୯ହଜାର ଟଙ୍କା ମିଳିବ ।

Share