Categories: ଖେଳ

ରାଜ୍ୟ କ୍ୟାଡେଟ୍‌ ଓ ଜୁନିୟର କରାଟେ ଉଦ୍‌ଯାପିତ

ଭୁବନେଶ୍ୱର,୧୩ା୯(ବିଜୟ ରଣା): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ (ଓସ୍କା) ଆନୁକୂଲ୍ୟରେ ୩୪ତମ ରାଜ୍ୟ ଜୁନିୟର ଓ କ୍ୟାଡେଟ୍‌ କରାଟେ ଚାମ୍ପିୟନଶିପ୍‌ ସ୍ଥାନୀୟ ଉତ୍କଳ କାରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୧୭ଟି ଜିଲା କରାଟେ ଆସୋସିଏଶନରୁ ୧୩୦ ଜଣ କରାଟେକା ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଚାମ୍ପିୟନ କରାଟେକାମାନେ ଚଳିତ ମାସ ୨୧ରୁ ୨୪ ପର୍ଯ୍ୟନ୍ତ ଡେରାଡୁନ୍‌ଠାରେ ହେବାକୁଥିବା କ୍ୟାଡେଟ୍‌ ଓ ଜାତୀୟ ଜୁନିୟର କରାଟେ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାକୁ ରାଜ୍ୟ ସଂଘର ସିନିୟର ଅଫିସିଆଲ ରାଜୀବ କୁମାର ସିଂ, ଦୀପକ ସାମନ୍ତରା, ମହେଶ ଚନ୍ଦ୍ର ବରାଳ, ଦୁର୍ଗାପ୍ରସାଦ ରଥ, ସନକ ଦେଓ, କେ.ଜି.କେ. ପ୍ରତିହାରୀ, ସୁରେଶ ଜାଲ୍‌, ଭବାନୀ ପଣ୍ଡା, ଏନ୍‌.ବି. ପଟ୍ଟନାୟକ, ଗୋପାଳ ଦାସ, ଉମାକାନ୍ତ ବେହେରା, ଗୋପାଳ ଦୀପ୍‌, କ୍ରିଷ୍ଣା ଶିକାରୀ ପ୍ରମୁଖ ପରିଚାଳନ କରିଥିଲେ। ଓସ୍କାର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ ଓ ସମ୍ପାଦିକା ଡ. ଗୌରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଚାମ୍ପିୟନଶିପ୍‌ର ଶେଷରେ ଏସ୍‌. ଆର୍‌. ସାସ୍‌ମଲ, ସଞ୍ଜୟ ଦାସ, ସନତ୍‌ ନାୟକ ଓ କାଳି ପ୍ରସାଦ ନନ୍ଦ ପ୍ରମୁଖ ପଦକ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।

Share