Posted inଜାତୀୟ

ଖଣି କମ୍ପାନୀଠାରୁ ବକେୟା ଆଦାୟ କରିପାରିବେ ରାଜ୍ୟ

ନୂଆଦିଲ୍ଲୀ,୧୫ା୮: ଖଣି ପ୍ରାଚ୍ୟୁର୍ଯ୍ୟ ରାଜ୍ୟଗୁଡ଼ିକ ଖନନକାରୀ କମ୍ପାନୀଗୁଡ଼ିକଠାରୁ ଅତୀତର (୨୦୦୫ ଏପ୍ରିଲ ୧ରୁ ପଡ଼ିରହିଥିବା) ବକେୟା ଟିକସ ସଂଗ୍ରହ କରିପାରିବେ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଟିକସ ଦାବିର ଦେୟ ସମୟ ୨୦୨୬ ଏପ୍ରିଲ ୧ରୁ ୧୨ ବର୍ଷର ଅବଧି ମଧ୍ୟରେ କିସ୍ତିରେ ଦିଆଯାଇପାରିବ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନିଷ୍ପ୍ରଭ କରିବା ପାଇଁ କେନ୍ଦ୍ର ସରକାର ଆଇନ ପ୍ରଣୟନ ନ କଲେ ଏହାଦ୍ୱାରା ଖନନକାରୀ କମ୍ପାନୀଗୁଡ଼ିକର ଭବିଷ୍ୟତ ପ୍ରଭାବିତ ହେବ ବୋଲି ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ମିନେରାଲ ଇଣ୍ଡଷ୍ଟ୍ରିଜ୍‌ ସାଧାରଣ ସମ୍ପାଦକ ଆର୍‌.କେ. ଶର୍ମା କହିଛନ୍ତି।
ସୁପ୍ରିମକୋର୍ଟ ଜୁଲାଇ ୨୫ରେ ଦେଇଥିବା ଏ ସମ୍ପର୍କିତ ରାୟକୁ ସେହି ତାରିଖଠାରୁ ଲାଗୁ କରାଯାଉ ବୋଲି କରାଯାଇଥିବା ଯୁକ୍ତିକୁ ବୁଧବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ସାମ୍ବିଧାନିକ ପୀଠ ଖାରଜ କରିଦେଇଛନ୍ତି। ସିଜେଆଇ ଚନ୍ଦ୍ରଚୂଡ଼ ସଂଖ୍ୟାଗରିଷ୍ଠ ୮:୧ ରାୟ ପ୍ରକାଶ କରି କହିଛନ୍ତି, ଜୁଲାଇ ୨୫ରେ ଅଦାଲତ ରାଜ୍ୟଗୁଡ଼ିକୁ ଖଣି ଟିକସ ସମ୍ପର୍କିତ ବ୍ୟବସ୍ଥାପିକା ଅଧିକାର ପ୍ରଦାନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇସାରିଛନ୍ତି। ଜୁଲାଇ ୨୫ର ରାୟ ପରେ ଏହା କେବେଠୁ ଲାଗୁହେବ ସେନେଇ ୩୧ ତାରିଖରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଖଣିଜ ସମ୍ପଦ ଉପରେ ୧୯୮୯ରୁ ବସାଯାଉଥିବା ରୟାଲଟି ଫେରସ୍ତ ପାଇଁ ରାଜ୍ୟଗୁଡ଼ିକର ଦାବିକୁ କେନ୍ଦ୍ର ସରକାର ବିରୋଧ କରିଥିଲେ। ଏହାଦ୍ୱାରା ନାଗରିକମାନେ ପ୍ରଭାବିତ ହେବା ସହ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକୁ ୭୦,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ସରକାର ଯୁକ୍ତି ବାଢ଼ିଥିଲେ। ମିନେରାଲ ଏରିଆ ଡେଭେଲପ୍‌ମେଣ୍ଟ ଅଥରିଟି ଆଇନ (ଏମ୍‌ଏଡିଏ ଜୁଲାଇ ୨୫ ରାୟ) ପୂର୍ବ ଅବଧି ପାଇଁ କରାଯାଇଥିବା ଦାବି ଉପରେ କୌଣସି ସୁଧ କିମ୍ବା ଜରିମାନା ଲାଗିବ ନାହିଁ ବୋଲି ପୀଠ କହିଛନ୍ତି। ଏମ୍‌ଏଡିଏରେ ନିର୍ଦ୍ଧାରିତ ଆଇନ ଅନୁସାରେ ସମ୍ବିଧାନ ସପ୍ତମ ପରିଚ୍ଛେଦର ଦ୍ୱିତୀୟ ତାଲିକାରେ ଏଣ୍ଟ୍ରି ୪୯ ଓ ୫୦ ସମ୍ବନ୍ଧିତ ଟିକସ କିମ୍ବା ନୂଆ ଦାବି ରାଜ୍ୟଗୁଡ଼ିକ କରିପାରିବେ। ୨୦୦୫ ଏପ୍ରିଲ ୧ ପୂର୍ବରୁ କରାଯାଇଥିବା କାରବାର ଉପରେ ଟିକସ ଦାବି କରାଯାଇପାରିବ ନାହିଁ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ପୀଠରେ ସିଜେଆଇଙ୍କ ସହ ଜଷ୍ଟିସ୍‌ ହୃଷୀକେଶ ରାୟ, ଅଭୟ ଏସ୍‌. ଓକା, ଜେ. ବି. ପର୍ଦିଓ୍ବାଲା,
ଖଣି କମ୍ପାନୀଠାରୁ
ମନୋଜ ମିଶ୍ରା, ଉଜ୍ଜ୍ୱଳ ଭୂୟଁା, ସତୀଶ ଚନ୍ଦ୍ର ଶର୍ମା ଏବଂ ଅଗୁଷ୍ଟାଇନ୍‌ ଜର୍ଜ ମସିହ ସାମିଲ ଥିଲେ।
ଅନ୍ୟପକ୍ଷେ ଏହି ରାୟ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଉପରେ ବଡ଼ ଆର୍ଥିକ ପ୍ରଭାବ ପକାଇବା ସହ ସେଗୁଡ଼ିକର ନିବେଶ ମଧ୍ୟ ପ୍ରଭାବିତ ହେବ ବୋଲି ଖଣି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଯୋଗୁ ଖନନକାରୀ କମ୍ପାନୀଗୁଡ଼ିକ ଉପରେ ପ୍ରାୟ ୧ ଟ୍ରିଲିୟନ୍‌ ଟଙ୍କା (୧୧.୯୧ ବିଲିୟନ୍‌ ଆମେରିକୀୟ ଡଲାର)ର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇଲେ ବ୍ୟକ୍ତି, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୫।୧୨: ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଥିବାସୁରକ୍ଷାକର୍ମୀମାନ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର...

ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ସମୟ ଆସିଛି: ଗିରିରାଜ ସିଂ

ନୂଆଦିଲ୍ଲୀ,୨୫।୧୨: କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ଏମପି ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା...

ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ, ଚେତାବନୀ ଦେଲା ଗୁଇନ୍ଦା ସଂସ୍ଥା

କୋଲକାତା,୨୫।୧୨: ବିଧାନସଭାରେ ବିରୋଧୀଦଳର ନେତା (ଏଲଓପି) ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି। ଏହି ଆକ୍ରମଣ...

ରାଜକୁମାରୀଙ୍କୁ ଲଭ୍‌ ଲେଟର୍‌ ଦେଇଥିଲେ ବାଜପେୟୀ, ଉତ୍ତରରେ…ଜାଣନ୍ତୁ ଅଟଳଙ୍କ ଲଭ୍‌ଷ୍ଟୋରୀ

ନୂଆଦିଲ୍ଲୀ,୨୫।୧୨: ଆଜି ସାରା ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ବାଜପେୟୀ ଜଣେ ବଡ଼ ନେତା ତଥା ଭାରତୀୟ...

ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ! ବଡ଼ ଦାବି କଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୧୨: ବୁଧବାର ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri