Advertisement

କୋରାପୁଟ ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ

କୋରାପୁଟ,୨୬ା୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର କୋଟିଆ ପଞ୍ଚାୟତର ଜାନିଗୁଡ଼ା ଷ୍ଟ୍ରବେରୀ ଫାର୍ମ ପରିଦର୍ଶନ କରିଛନ୍ତି। ଚାଷୀ ବାସନା ଗେମେଲଙ୍କ ସହ ଆଲୋଚନା କରି କେତେ ଅର୍ଥ ପାଉଛନ୍ତି ତାହା ପଚାରି ବୁଝିଥିବା ଜଣାପଡ଼ିଛି। ସେଠାରେ ଫଳିଥିବା ଷ୍ଟ୍ରବେରୀ ଖାଇ ଏହାର ସ୍ବାଦ ଖୁବ୍‌ ଭଲ ଥିବା କହିଛନ୍ତି। କୋରାପୁଟ ଜିଲାପାଳ ଅବଦୁଲ ଏମ୍‌ ଅଖତାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ସଲଓ୍ବାର, କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଅରୁଣ କୁମାର ଦାସ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅଶୋକ ସେନାପତି,କୋରାପୁଟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁସୋରେନ, ଏସ୍‌ଇଓ, ପିଏ ମଞ୍ଜୁଲତା ପଟ୍ଟନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share