ପଦ୍ମପୁର,୨୯।୧୧(ଡି.ଏନ୍.ଏ.): ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ମହଲରୁ ତତ୍ପରତା ସେତିକି ପ୍ରକାଶ ପାଉଛି। ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୁହାନୀ ପଦ୍ମପୁରରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଯେଉଁ ସବୁ ଅଭିଯୋଗ ରହିଛି, ସବୁ ଦିଗକୁ ନେଇ ତର୍ଜମା ଚାଲିଛି। ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପ୍ରାଥମିକତା ଦିଆଯାଉଛି। ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ଏଥି ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି ।